Latest Odisha News

ବିଭିନ୍ନ ଦାବି ନେଇ ପୁରୀ ବଡ଼ଦାଣ୍ଡ ଉଠାଦୋକାନୀ ବ୍ୟବସାୟ ସଂଘ ପକ୍ଷରୁ ବିଶାଳ ରାଲୀ

ପୁରୀ: ପୂରୀ ବଡ଼ଦାଣ୍ଡ ଉଠାଦୋକାନୀ ବ୍ୟବସାୟ ସଂଘ, ତରଫରୁ ଆଜି ଏକ ବଡ଼ ରାଲୀ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଛି । ଏହି ରାଲି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଠାରୁ ବାହାରି ବଡ଼ଦାଣ୍ଡ, ସିଂହଦ୍ଵାର ହୋଇ, କଚେରୀ ରୋଡ଼ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଏହା ପରେ ନ୍ୟାର୍ଯ୍ୟ ଦାବି ଗୁଡ଼ିକ ତୁରନ୍ତ ସମାଧାନ ନିମନ୍ତେ ପ୍ରଶାସନ ସହ ଆଲୋଚନା କରାଯିବା ସହ ପରବର୍ତ୍ତୀ ପରିସ୍ଥିତି ଅନୁଯାୟୀ ଚାରି ଦୁଆର ଖୋଲି ଯାଇଥୁବାରୁ ଓ ଶ୍ରୀଦାଣ୍ଡ ତିଆରି ହୋଇ କାର୍ଯ୍ୟକ୍ଷମ ହୋଇ ସାରିଥିବାରେ, ସରକାରଙ୍କୁ ଏହାର ବିକଳ୍ପ ଯୋଜନା ପାଇଁ ନୂତନ ପ୍ରସ୍ତାବ ମଧ୍ୟ ଦିଆଯିବ ।

ଦୀଘ୍ର ପ୍ରାୟ ୯ ମାସ ହେବ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ପାଇଁ ବଡ଼ଦାଣ୍ଡରୁ ଉଚ୍ଛେଦ କରାଯାଇଛି । ଏ ବାବଦରେ ସରକାର ଜୁଲାଇ ମାସ ପର୍ଯ୍ୟନ୍ତ ଆୟ ସହାୟତା ରାଶି ପ୍ରଦାନ କରିଛନ୍ତି । ବର୍ତ୍ତମାନ ଏହା ବନ୍ଦ ରହିଛି ।

ଦୋକାନ ନିର୍ମାଣ କରିବା ନିମନ୍ତେ ଅଧା ଟଙ୍କା (୨୫ ହଜାର) ମାତ୍ର ଦିଆଯାଇଛି । ମାତ୍ର ବାକି ଅଧା ଟଙ୍କା (୨୫ ହଜାର) ଏ ପର୍ଯ୍ୟନ୍ତ ଦିଆଗଲା ନାହିଁ, ଫଳରେ ଦୋକାନ (କ୍ୟାବିନ୍) ଗୁଡ଼ିକ ଅଧା ତିଆରି ହୋଇ ଖରା ବର୍ଷାରେ ପଡି ପଡ଼ି ନଷ୍ଟ ହେବାକୁ ବସିଲାଣି । ତେଣୁ ବାକିଥିବା ଅଧା ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ବୋଲି ଦାବି ହୋଇଛି ।

ଏ ପର୍ଯ୍ୟନ୍ତ ଥଇଥାନ ପାଇଁ ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ ଭିତ୍ତିଭୂମିର ବିକାଶ ଓ ମୌଳିକ ଅଧିକାର, ଯାହାକି ପ୍ରତିଶୃତି ଦେଇଥିଲେ ଯଥା: ପ୍ରମୋଦଉଦ୍ୟାନ, ପାର୍କି, ସୁଇମିଙ୍ଗ ପୁଲ, ରାସ୍ତା ଓ ଆଲୋକୀକରଣ ଇତ୍ୟାଦି । ତେବେ ସୁରକ୍ଷା ପ୍ରାଚୀର, ଶୌଚାଳୟ ଓ ପିଇବା ପାଣି ଇତ୍ୟାଦି ଆଦୌ ନିର୍ମାଣ ହୋଇ ନାହିଁ, ଫଳରେ ଶ୍ରୀ ସେତୁ ତଳେ ଓ ନିକଟରେ (ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ) ବ୍ୟବସାୟ କରିବା ଆଦୌ ସମ୍ଭବ ହେବ ନାହିଁ । ଏ ସବୁ କାର୍ଯ୍ୟ କେବେ ସରିବ ଓ ସେ ପର୍ଯ୍ୟନ୍ତ ପ୍ରଶାସନ ଓ ସରକାରଙ୍କର କ’ଣ ସବୁ ଯୋଜନା କରାଯାଇଛି ସେନେଇ ସଙ୍ଘ ପକ୍ଷରୁ ପ୍ରଶ୍ନ କରାଯଆଇଛି ।

ପ୍ରତିଶୃତି ଅନୁସାରେ ବଡ଼ଦାଣ୍ଡରୁ ଉଚ୍ଛେଦ ହେଲା କିନ୍ତୁ ବାହାର ରାଜ୍ୟ ଓ ବାହାର ଜିଲ୍ଲାରୁ ହଜାର ହଜାର ଦୋକାନୀ ଆସି ପୂର୍ବରୁ ବସିଥିବା ସ୍ଥାନରେ ବସି ବ୍ୟବସାୟ କରୁଛନ୍ତି କିପରି ଓ କ’ଣ ପାଇଁ ? ପ୍ରଶାସନ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି କ’ଣ ପାଇଁ ?

ବଡ଼ଦାଣ୍ଡରୁ ଉଚ୍ଛେଦ ହୋଇଥିବା ୧୦୫ ଜଣ କ୍ୟାବିନ ନିର୍ମାଣ ନିମନ୍ତେ ପ୍ରଦାନ କରା ଯାଉଥ‌ିବା ଟଙ୍କା (୨୫ ହଜାର ଟଙ୍କା) ଏ ପର୍ଯ୍ୟନ୍ତ ପାଇ ନାହାଁନ୍ତି କ’ଣ ପାଇଁ । ସେମାନେ ମାସିକ ସହାୟତା ରାଶି ପାଉଥିଲେ ମଧ୍ୟ କ୍ୟାବିନ୍ ନିର୍ମାଣ ନିମନ୍ତେ ସହାୟତା ରାଶି ପାଉ ନାହାଁନ୍ତି କାହିଁକି ? ଏ ତୃଟି କାହାର ବୋଲି ପ୍ରଶ୍ନ କରିଛି ସଂଘ ।

ମନ୍ଦିର ସହିତ ଜଡ଼ିତ ବ୍ୟବସାୟ ନିକଟ ବଡ଼ଦାଣ୍ଡରେ ହିଁ ହୋଇପାରିବ । ତେଣୁ ପ୍ରଶାସନ ଦ୍ୱାରା ଦିଆ ଯାଉଥିବା କିଓସ୍କଗୁଡ଼ିକ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ପକାଇ ଭେଣ୍ଡି ଜୋନର ସୁବିଧା କରାଯାଉ । ସେହିପରି, ଉଚ୍ଛେଦ ହୋଇଥିବା ସମସ୍ତ ଦୋକାନୀମାନେ ଶ୍ରୀ ସେତୁ ତଳେ ବ୍ୟବସାୟ କରିବା ପାଇଁ ଇଛୁକ ନୁହଁନ୍ତି । କାରଣ ଶ୍ରୀ ସେତୁ ତଳେ ବ୍ୟବସାୟ କରିବା ବିପଦପୂର୍ଣ ଅଟେ । ଟାଉନ୍ ଭେଣ୍ଡିଂ କମିଟି କିମ୍ବା ଜିଲ୍ଲା ପ୍ରଶାସନ ଶ୍ରୀ ସେତୁ ତଳେ ବ୍ୟବସାୟ କରିବା ନିରାପଦ ବୋଲି ଲିଖୁତ ପ୍ରତିଶୃତି ଦେବେ କି ବୋଲି ପ୍ରଶ୍ନ କରିଛି ସଂଘ ।
ସେହିପରି ଆସନ୍ତା ୧୫ ଦିନ ମଧ୍ୟରେ ବଡ଼ଦାଣ୍ଡ ଉଠାଦୋକାନୀ ବ୍ୟବସାୟୀ ମାନଙ୍କର ସମସ୍ୟାର ସୁ-ବିଚାର କରାନଗଲେ, ସେମାନେ ରାଜ ରାସ୍ତାକୁ ଓହ୍ଲାଇବା ନିମନ୍ତେ ବାଧ୍ୟ ହେବୁ ବୋଲି ମତ ପ୍ରକାଶ କରିଛନ୍ତି । କାରଣ ଏହା ବ୍ୟବସାୟୀମାନଙ୍କର ଜୀବନ ଜିବୀକା ଉପରେ ନିର୍ଭର କରୁଛି ।

ବଡଦାଣ୍ଡ ଉଠା ଦୋକାନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରୁ ବାହାରିବା ପରେ ପରେ, ଜିଲ୍ଲାପାଳଙ୍କ କାର୍ଯ୍ୟରୁ ବାହାରି ତାଙ୍କ ରେଶ ଠାରେ ପହଞ୍ଚି ତାଙ୍କୁ ସ୍ମାରକ ପତ୍ର ହସ୍ତାନ୍ତର କରିଥିଲେ । ଏହି ସବୁ ଦେଖିଲା ପରେ ପୁରୀ ଜିଲ୍ଲପାଳ କହିଛନ୍ତି ବଡଦାଣ୍ଡ ଉଠା ଦୋକାନୀ ମାନଙ୍କୁ ନେଇ ଏକ ସିଷ୍ଟମ୍ କରଯାଇଥିଲା ଏବଂ ଏବେ ବି ମଧ୍ୟ ଚାଲୁ ଅଛି ଏବଂ ଚାଲିବ ମଧ୍ୟ । ଏହା ସତ୍ବେ ଉଠାଦୋକାନୀମାନେ କିଛି ଡିମାଣ୍ଡ ରଖିଛନ୍ତି ଆଗାମୀ ଦିନରେ ସରକାରଙ୍କ ସାମ୍ନାରେ ତାହା ଉପସ୍ଥାପନା କରିବେ ଏବଂ ବହୁତ୍ ଶୀଘ୍ର ସେମାନଙ୍କ ସହ କଥା ହୋଇ ଏକ ନିସ୍କର୍ଷ ବାହାର କରିବେ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ।

Comments are closed.