Latest Odisha News

ଗିରଫ ଭୟରେ ଦେଶ ଛାଡ଼ିଲେ ପୂଜା ଖେଡକର!

ନୂଆଦିଲ୍ଲୀ: ଦେଶ ଛାଡିଲେ ୟୁପିଏସ୍‌ସି ପରୀକ୍ଷାରେ ଜାଲିଆତି ଅଭିଯୋଗରେ ଚାକିରୀ ହରାଇଥିବା ଟ୍ରେନି ଆଇଏଏସ ଅଫିସର ପୂଜା ଖେଡକର ! ଗିରଫ ଭୟରେ ଭାରତ ଛାଡି ସେ ଏବେ ଦୁବାଇ ଚାଲିଯାଇଥିବା ଖବର ମିଳୁଛି l ଗତ ଗୁରୁବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପୂଜାଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିବା ପରେ ସେ ଦୁବାଇ ଚାଲିଯାଇଥିବା ସୂଚନା ମିଳିଛି l

ସୂଚନା ଅନୁସାରେ, ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପୂଜା ଖେଡକର ଦିବ୍ୟାଙ୍ଗ ଏବଂ ପଛୁଆବର୍ଗ ସଂରକ୍ଷଣ ବ୍ୟବସ୍ଥାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏନେଇ ତଦନ୍ତ କରାଯିବା ପରେ ସେ ସିଭିସ ସର୍ଭିସ ପରୀକ୍ଷା (CSE) ୨୦୨୨ ନିୟମର ଉଲ୍ଲଂଘନ କରିଥିବା ଜଣାପଡିଥିଲା । ”କମିଶନ ସମସ୍ତ ରେକର୍ଡ ଭଲ ଭାବେ ଯାଞ୍ଚ କରିବା ପରେ ପୂଜା ଖେଡକର ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏଥିପାଇଁ ତାଙ୍କର ସିଭିସ ସର୍ଭିସ ପରୀକ୍ଷା (CSE) ୨୦୨୨ ପ୍ରୋଭିଜନାଲ ପ୍ରାର୍ଥିତ୍ବକୁ ରବ୍ଦ କରାଯାଇଛି । ଏଥିସହ ଭବିଷ୍ୟତରେ ୟୁପିଏସସି ଦ୍ବାରା ପରିଚାଳିତ ସମସ୍ତ ପରୀକ୍ଷାରୁ ତାଙ୍କୁ ବ୍ୟାନ କରାଯାଇଛି l

ଉଲ୍ଲେଖଯୋଗ୍ୟ ଯେ, ପୂଜା ଖେଡକର ୨୦୨୨ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ପ୍ରୋବେସନ ପିରିୟଡରେ ଦାମୀ ଡିମାଣ୍ଡ କରି ଚର୍ଚ୍ଚାକୁ ଆସିଥିଲେ । ଆସିଷ୍ଟାଣ୍ଟ କଲେକ୍ଟର ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଅଲଗା କ୍ୟାବିନ, କାର୍ ଓ କର୍ମଚାରୀ ଦାବି କରିଥିଲେ । ଏହାପରେ ତାଙ୍କର ଗୋଟିଏ ପରେ ଗୋଟିଏ କାରନାମା ପଦାକୁ ଆସିଥିଲା । ସେ ଆଇଏଏସ ହେବା ଲାଗି ଅସାଧୁ ଉପାୟ ଅବଲମ୍ବନ କରି ପରୀକ୍ଷାରେ ପାସ୍ କରିଥିବା ଜଣାପଡିଥିଲା ।

Comments are closed.