Latest Odisha News

ପ୍ରକାଶ ପାଦୁକୋନଙ୍କୁ ସମାଲୋଚନା କଲେ ଅଶ୍ୱୀନ ପୋନପ୍ପା

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଅଳ୍ପକେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କରିଥିଲେ । ସେମିରେ ଅଶ୍ୱୀନ ପ୍ରଥମ ଗେମରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବାକି ୨ଟି ଗେମ ହାତଛଡା କରିଥିଲେ । ଦ୍ୱିତୀୟ ଗେମ ଅବସରରେ ତାଙ୍କ ହାତ ଆଘାତପ୍ରାପ୍ତ ହୋଇଥିଲା । ମ୍ୟାଚ ପରେ ମହାନ ଖେଳାଳି ପ୍ରକାଶ ପାଦୁକୋନ କହିଥିଲେ, ୧୯୬୪ରେ ମିଲଖା ସିଂ ଓ ୮୦ ଦଶକରେ ପିଟି ଉଷା ୪ର୍ଥ ସ୍ଥାନରେ ରହିବା ପରେ ଏବେ ବି ଅନେକ ଖେଳାଳି ସେହି ସ୍ଥାନରେ ରହି ଯାଉଛନ୍ତି । ଏବେ ସମୟ ଆସିଛି ଖେଳାଳିମାନେ ଏହି ଦାୟିତ୍ୱ ନିଜ ଉପରକୁ ନେବା ଉଚିତ । ପ୍ରଦର୍ଶନ ପାଇଁ ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ ।

ପାଦୁକୋନଙ୍କ ଏହି ବୟାନ ପରେ ମହିଳା ଖେଳାଳି ଅଶ୍ୱୀନ ପୋନପ୍ପା ତାଙ୍କୁ କଡା ସମାଲୋଚନା କରିଛନ୍ତି । ପରାଜୟ ପାଇଁ କେବଳ ଖେଳାଳିଙ୍କୁ ଦାୟୀ କରିବା ଅନୁଚିତ । ବିଜୟ ବେଳେ ସମସ୍ତେ ଶ୍ରେୟ ନେବାକୁ ଆସିଥାନ୍ତି । ପରାଜୟ ପାଇଁ ଖେଳାଳି, କୋଚ ଓ ସହଯୋଗୀ ଷ୍ଟାଫ ପରୋକ୍ଷରେ ଦାୟୀ ରହିବା ଉଚିତ । ଉଭୟ ବିଜୟ ଓ ପରାଜୟ ପାଇଁ ସମ୍ପୂର୍ଣ୍ଣ ଟିମ ଦାୟୀ । ଜଣେ ଖେଳାଳିଙ୍କୁ ଦାୟୀ କରି ଖସିଯିବା ଠିକ ନୁହେଁ ବୋଲି ସେ କହିଛନ୍ତି ।

Comments are closed.