Latest Odisha News

BREAKING NEWS

ଭାରତରେ ଥିବା ଏହି ନଦୀ ଓଲଟା ପ୍ରବାହିତ ହୁଏ, ଜାଣନ୍ତୁ…

ଭୁବନେଶ୍ଵର: ସାଧାରଣତଃ ଆପଣମାନେ ଜାଣିଥିବେ ଯେ, ଭାରତର ଅଧିକାଂଶ ନଦୀ ପଶ୍ଚିମ ଦିଗରୁ ପୂର୍ବଦିଗକୁ ପ୍ରବାହିତ ହେଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ଆମ ଦେଶର ଏପରି ଏକ ନଦୀ ଅଛି ଯାହା ପଶ୍ଚିମରୁ ପୂର୍ବକୁ ନୁହେଁ ବରଂ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହେଇଥାଏ । ଅର୍ଥାତ୍ ବିପରୀତ ଦିଗରେ ପ୍ରବାହିତ ହୋଇଥାଏ ଏହି ନଦୀଟି । ବିପରୀତ ଦିଗରେ ପ୍ରବାହିତ ହେଉଥିବା ଏହି ନଦୀର ନାମ ହେଉଛି ନର୍ମଦା ନଦୀ ।

ନର୍ମଦା ନଦୀର ଅନ୍ଯନାମ ହେଉଛି ରେବା ନଦୀ । ଗଙ୍ଗା ସହିତ ଅନ୍ୟ ନଦୀ ସମୂହ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହେଇ ବଙ୍ଗୋପସାଗରରେ ପଡିଥାନ୍ତି, କିନ୍ତୁ ନର୍ମଦା ନଦୀ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହୋଇ ଆରବ ସାଗରରେ ପଡିଥାଏ । ନର୍ମଦା ନଦୀ ହେଉଛି ଦେଶର ଦୁଇଟି ବଡ ରାଜ୍ୟ ଗୁଜୁରାଟ ଏବଂ ମଧ୍ୟ ପ୍ରଦେଶର ମୁଖ୍ୟ ନଦୀ। ନର୍ମଦା ନଦୀ ଏହାର ଧାରାର ବିପରୀତ ଦିଗରେ ପ୍ରବାହିତ ହୋଇଥାଏ । ନର୍ମଦା ନଦୀର ଉତ୍ପତ୍ତି ସ୍ଥଳ ହେଉଛି ମୈଖଲ ପର୍ବତର ଅମରକଣ୍ଟକସ୍ଥିତ ଶିଖର। ଏଠାରୁ ଉତ୍ପନ୍ନ ହୋଇ ନର୍ମଦା ନଦୀ ଆରବ ସାଗରରେ ପଡ଼ିଥାଏ । ଏହି ନଦୀର ଓଲଟା ପ୍ରବାହିତ ହେବାର ଭୌଗଳିକ କାରଣ ହେଉଛି ରିଫ୍ଟ ଉପତ୍ୟକା (Rift Valley)। ରିଫ୍ଟ ଉପତ୍ୟକାର ଅର୍ଥ ହେଉଛି ଯେଉଁ ଦିଗରେ ନଦୀ ପ୍ରବାହିତ ହୋଇଥାଏ, ଏହାର ଢାଲୁ ଏହାର ବିପରୀତ ଦିଗରେ ଅବସ୍ଥିତ ରହିଥାଏ। ଏହି କାରଣରୁ ନର୍ମଦା ନଦୀର ପ୍ରବାହ ପୂର୍ବରୁ ପଶ୍ଚିମ ଦିଗକୁ ହୋଇଥାଏ।

ବିପରୀତ ଦିଗରେ ପ୍ରବାହିତ ହେଉଥିବା ନର୍ମଦା ନଦୀ ବିଷୟରେ ପୁରାଣରେ ଅନେକ କାହାଣୀ ବର୍ଣ୍ଣିତ ହୋଇଛି । ପୌରାଣିକ କାହାଣୀ ଅନୁସାରେ ନର୍ମଦା ନଦୀଙ୍କ ବିବାହ ସୋନଭଦ୍ର ନନ୍ଦଙ୍କ ସହ ହେଇଥିଲା । କିନ୍ତୁ ନର୍ମଦାଙ୍କ ବନ୍ଧୁ ଯୋହିଲାଙ୍କ କାରଣରୁ ଦୁହିଙ୍କ ସମ୍ପର୍କରେ ବିଭ୍ରାଟ ହେଇଥିଲା । ଏହି କାରଣରୁ କ୍ରୋଧିତ ହେଇ ନର୍ମଦା ଆଜୀବନ କୁମାରୀ ରହିବା ସହ ବିପରୀତ ଦିଗରେ ପ୍ରବାହିତ ହେବାପାଇଁ ନିଷ୍ପତି ନେଇଥିଲେ । ଏମିତିରେବି ଭୌଗଳିକ ଦୃଷ୍ଟିକୋଣରୁ ଦେଖିଲେ ଏହା ଜଣାପଡେ ଯେ ନର୍ମଦା ନଦୀ ଏକ ବିଶେଷ ସ୍ଥଳରେ ସୋନଭଦ୍ର ନଦୀ ଠାରୁ ଅଲଗା ହୋଇଅଛି ।

Comments are closed.