Latest Odisha News

BREAKING NEWS

ବାଂଲାଦେଶରେ ଥମୁନି ହିଂସା; ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଇସ୍ତଫା!

ଢାକା: ବାଂଲାଦେଶର ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଓବାଇଡୁଲ ହାସନ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିକ୍ଷୋଭକାରୀମାନେ ସୁପ୍ରିମକୋର୍ଟକୁ ଘେରି ରହିବା ସହ ପ୍ରଧାନ ବିଚାରପତିଙ୍କ ଇସ୍ତଫା ଦାବି କରିଥିଲେ।

ଢାକା ଟ୍ରିବ୍ୟୁନ୍ ଖବରକାଗଜ ରିପୋର୍ଟ ଅନୁଯାୟୀ, ୬୫ ବର୍ଷୀୟୱପ୍ରଧାନ ବିଚାରପତି ସନ୍ଧ୍ୟାରେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନଙ୍କ ସହ ପରାମର୍ଶ କରିବା ପରେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିବେ।

ତେବେ ଯଦି ସେମାନେ ଇସ୍ତଫା ନଦିଅନ୍ତି ତାହେଲେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଏବଂ ପ୍ରଧାନ ବିଚାରପତିଙ୍କ ବାସଭବନରେ ଆକ୍ରମଣ କରାଯିବ ବୋଲି କହିଥିଲେ ବିକ୍ଷୋଭକାରୀମାନେ।

ସୂଚନାନୁସାରେ, ପ୍ରଧାନ ବିଚାରପତି ଏକ ପୂର୍ଣ୍ଣ ଅଦାଲତର ବୈଠକ ଡକାଇଥିବାର ଖବର ଆସିବା ପରେ ଶହ ଶହ ବିକ୍ଷୋଭକାରୀ ସୁପ୍ରିମକୋର୍ଟ ଘେରାଉ କରିଥିଲେ।କିଛି ଛାତ୍ର ସଂଗଠନ ସୁପ୍ରିମକୋର୍ଟ ଘେରାଉ କରିବା ସହ ଗୋଟିଏ ଘଣ୍ଟା ମଧ୍ୟରେ ଇସ୍ତଫା ଦେବାକୁ ଅଲ୍ଟିମେଟମ୍ ଦେଇଥିଲେ।

ତେବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏବଂ ନିମ୍ନ ଅଦାଲତର ବିଚାରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପ୍ରଧାନ ବିଚାରପତି।

Comments are closed.