Latest Odisha News

ହୋସ୍ ଉଡ଼ାଇଲା ବହୁ ପ୍ରତୀକ୍ଷିତ ହରର-କମେଡ଼ି ଫିଲ୍ମ ସ୍ତ୍ରୀ-୨ର ଆଡଭାନ୍ସ ଟିକେଟ୍ ବୁକିଂ କଲେକ୍ସନ

ନୂଆଦିଲ୍ଲୀ: ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ସ୍ତ୍ରୀ-୨ ବର୍ତ୍ତମାନ ରିଲିଜ୍ ପାଇଁ ପ୍ରସ୍ତୁତ। ଏହି ଫିଲ୍ମ ଅଗଷ୍ଟ ୧୫ ତାରିଖରେ ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ ଶୁକ୍ରବାର ଦିନ ଫିଲ୍ମର ଆଡଭାନ୍ସ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆଡଭାନ୍ସ ବୁକିଂ ଧମାକ ହୋଇଛି। ସାକନିଲ୍କ ଆକଳନ ଅନୁଯାୟୀ, ଫିଲ୍ମର ୧୨୩୮ ଶୋ ପାଇଁ ୨୦୦୦ ଟିକେଟ୍ ବୁକ୍ ହୋଇଛି ଏବଂ ଏହା ୧୭.୩୫ ଲକ୍ଷ ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି। ଗୁଜୁରାଟ, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରେ ସ୍ତ୍ରୀ-୨କୁ ସର୍ବୋତ୍ତମ ପ୍ରତିକ୍ରିୟା ମିଳୁଛି।

ଫିଲ୍ମର ତାରକା ଏବଂ ଟିମ ଏହି ଚଳଚ୍ଚିତ୍ରକୁ ସ୍ତ୍ରୀର ପ୍ରଥମ ଭାଗ ଅପେକ୍ଷା ଅଧିକ ମଜାଳିଆ ହେବ ବୋଲି କୁହାଯାଉଛି । ରାଜକୁମାର ରାଓ ଲେଖିଛନ୍ତି ଯେ ଆପଣ ‘ସ୍ତ୍ରୀ’ ଅପେକ୍ଷା ଏଥିରେ ଅଧିକ କମେଡି ଦେଖିପାରିବେ। ଟ୍ରେଲରରେ ଆପଣ ମଧ୍ୟ ଦେଖିଥିବେ ଯେ ଏହା ବହୁତ ମଜାଳିଆ ଅଟେ। ସମାନ ଲୋକ, ସମାନ ସ୍ଥାନ କିନ୍ତୁ ପୂର୍ବ ଅପେକ୍ଷା ଅଧିକ କମେଡି ଏବଂ ଟିକିଏ ଭୟାନକ। ଆମେ ଏହାକୁ ଏଥର ବଡ, ଦୁଃସାହସିକ ଏବଂ ରୋମାଞ୍ଚକର କରିଛୁ। ଏହି ଚଳଚ୍ଚିତ୍ରଟି ସ୍ତ୍ରୀରିର ପ୍ରଥମ ଭାଗ ଅପେକ୍ଷା ଅଧିକ ଚିତ୍ତାକର୍ଷକ ହେବ ବୋଲି ଶ୍ରଦ୍ଧା କପୁର ମଧ୍ୟ କହିଛନ୍ତି।

ସ୍ତ୍ରୀ-୨ ହେଉଛି ୨୦୧୮ ଚଳଚ୍ଚିତ୍ର ସ୍ତ୍ରୀ ର ସିକ୍ୱେଲ୍। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅମର କୌଶିକ। ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ସହ ଏହି ଚଳଚ୍ଚିତ୍ରରେ ଅପାରଶକ୍ତି ଖୁରାନା, ପଙ୍କଜ ତ୍ରିପାଠୀ ଏବଂ ଅଭିଷେକ ବାନାର୍ଜୀ ମଧ୍ୟ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ଅଗଷ୍ଟ ୧୫ରେ ରିଲିଜ ହେବ। ବକ୍ସ ଅଫିସରେ ଏହା ‘ବେଦା’ ଏବଂ ‘ଖେଲ ଖେଲ ମେଁ’ ଚଳଚ୍ଚିତ୍ର ସହିତ ଟକ୍କର ଦେବ।

Comments are closed.