Latest Odisha News

ଭିଜିଲାନ୍ସ ଜାଲରେ ନୀଳଗିରି ଡେପୁଟି କଲେକ୍ଟର ପରିକ୍ଷିତ ଜେନା

ବାଲେଶ୍ୱର: ନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ବାଲିଗୋହିରି ସ୍ଥିତ ଭଡା ଘରେ ଭିଜିଲାନ୍ସ ଚଢ଼ାଉ କରିଛି। OMBADC ପାଣ୍ଠି ହଡ଼ପ ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ । ୧ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ।

ଭିଜିଲାନ୍ସର ୧୨ ଜଣିଆ ଟିମ ଚଢ଼ଉ କରିଛି। ଚଢାଉରେ ୨ ଡିଏସପିଙ୍କ ନେତୃତ୍ଵରେ ସାମିଲ୍ ଅଛନ୍ତି ୧୨ ଜଣିଆ ଟିମ୍। ଗୁରୁତ୍ୱପୂର୍ଣ୍ଣ କାଗଜ ଖୋଜୁଛି ଟିମ୍। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ନାଁରେ ଥିବା ବିଭିନ୍ନ କାଗଜପତ୍ର ସମେତ ବୀମା, ବ୍ୟାଙ୍କ୍ ବାଲାନ୍ସ ଓ ଅନ୍ୟାନ୍ୟ ସଂପତ୍ତିର ଯାଞ୍ଚ କରାଯାଉଛି। ଏଯାଏଁ ତିନିଟି ପ୍ଲଟ, ଗୋଟିଏ ବ୍ରିଜା କାର, ୨ ଗୋଟି ବାଇକ୍ ଜବତ ହୋଇଛି। ତେବେ କହିରଖୁଛୁ ଯେ, ଏହା ପୂର୍ବରୁ ସେ ମୟୂରଭଞ୍ଜର ବାରିପଦା ସଦରରେ ବିଡିଓ ଥିଲେ ପରିକ୍ଷିତ ଜେନା।

Comments are closed.