Latest Odisha News

କୋଲକାତାରେ ପହଁଚିଲା ସିବିଆଇ, ଦୁଷ୍କର୍ମ ଏବଂ ହତ୍ୟା ଘଟଣାର କରିବ ତଦନ୍ତ

କୋଲକାତା: ରାଜଧାନୀ କୋଲକତାର ଆର୍‌ଜି କର ହସ୍ପିଟାଲ୍‌ରେ ଘଟିଥିବା ଲୋମହର୍ଷଣକାରୀ ମହିଳା ଟ୍ରେନି ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଘଟଣାରେ ରାଜ୍ୟବ୍ୟାପୀ ହରତାଳ ଲାଗିରହିଛି l ବର୍ତ୍ତମାନ ଏହି ଘଟଣାର ତଦନ୍ତ ଭାର ହାଇକୋର୍ଟ ସିବିଆଇକୁ ହସ୍ତାନ୍ତର କରିଛନ୍ତି l ସେପଟେ ସକାଳୁ ସକାଳୁ ତଦନ୍ତ ପାଇଁ କୋଲକାତାରେ ପହଞ୍ଚିଛି ସିବିଆଇ l ଦିଲ୍ଲୀରୁ ଆସିଥିବା ସିବିଆଇ ଟିମ ସହ ଡାକ୍ତର ଏବଂ ଫରେନସିକ ଟିମ ମଧ୍ୟ କୋଲକାତାରେ ପହଂଚିଛନ୍ତି l

ଅନ୍ୟପଟେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ୍‌ । ସଞ୍ଜୟ ପଶ୍ଚିମବଙ୍ଗ ପୋଲିସ୍‌ରେ ଭଲ୍ୟୁଣ୍ଟିୟର ଭାବେ କାର୍ଯ୍ୟ କରୁଥିଲେ l ସିସିଟିଭି ଆଧାରରେ ଅଭିଯୁକ୍ତକୁ ଗିରଫ କରାଯିବ ପରେ ପୋଲିସ୍‌ ଆଗରେ ସମସ୍ତ ଦୋଷ ସ଼୍ବୀକାର କରିଛି ସଞ୍ଜୟ । ତେବେ ପଚରାଉଚରା ବେଳେ ମୋତେ ଫାଶୀ ଦେଇ ଦିଅ ବୋଲି ପୋଲିସ୍‌ ଆଗରେ କହିଛି ସଞ୍ଜୟ । ଏପରିକି ଅଭିଯୁକ୍ତ ଜଣକ ତାର ମାଆ, ଭଉଣୀ ଏବଂ ସ୍ତ୍ରୀ ସମେତ ଅନ୍ୟ ମହିଳାଙ୍କୁ ଖରାପ ବ୍ୟବହାର କରୁଥିବା ସ୍ୱୀକାର କରିଛି l ତେବେ ଗତ କିଛି ଦିନ ତଳେ ନିଜ ସ୍ତ୍ରୀକୁ ଶାରୀରିକ ନିର୍ଯ୍ୟାତନା ଦେଉଥିବା ନେଇ କାଳିଘାଟ ଥାନାରେ ଅଭିଯୁକ୍ତର ଶାଶୁ ଏକ ମାମଲା ଦାଏର କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ. ଗତ ଶୁକ୍ରବାର ପୂର୍ବାହ୍ନରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲର ସେମିନାର ରୁମରେ ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ରୟଙ୍କୁ ଶନିବାର ଦିନ ତାଙ୍କ ଘରୁ ଗିରଫ କରାଯାଇଥିଲା ପୋଲିସ ।

Comments are closed.