Latest Odisha News

କାହିଁକି ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ?

ଟୋକିଓ: ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି।

ଫୁମିଓ କହିଛନ୍ତି ଯେ, ସେପ୍ଟେମ୍ବରରେ ସେ ଇସ୍ତଫା ଦେବେ। କାରଣ ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ଶେଷ ହେଉଛି। ସେପ୍ଟେମ୍ବରରେ ହେବାକୁ ଥିବା ଦଳର ସଭାପତି ନିର୍ବାଚନରେ ମଧ୍ଯ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ମନା କରି ଦେଇଛନ୍ତି। ଜାପାନର ସରକାରୀ ଟିଭି ଚ୍ୟାନେଲ ଏନେଇ ସ୍ପଷ୍ଟ କରିଛି।

ଫୁମିଓ କିଶିଡା ମଧ୍ୟ ଶାସକ ଦଳ ଲିବରାଲ୍ ଡେମୋକ୍ରାଟିକ୍ (LDP) ର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ତେବେ ଅକ୍ଟୋବର ୨୦୨୧ରେ ସେ ଜାପାନର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

ଚଳିତ ବର୍ଷ ଅକ୍ଟୋବରରେ ଜାପାନରେ ନିର୍ବାଚନ ଅନୁଷ୍ଠିତ ହେବ। ଅପରପକ୍ଷରେ କିଶିଦା ପ୍ରଧାନମନ୍ତ୍ରୀ ପଦ ଛାଡିବାର ମୁଖ୍ୟ କାରଣ ଦଳ ମଧ୍ୟରେ ବିବାଦ ବୋଲି କୁହାଯାଉଛି।

Comments are closed.