Latest Odisha News

ସରୋଗେସି ମାଧ୍ୟମରେ ଜନ୍ମିତ ଶିଶୁଙ୍କ ଉପରେ ଡୋନରଙ୍କ ଅଧିକାର ଅଛି କି, ଜାଣନ୍ତୁ କୋର୍ଟଙ୍କ ରାୟ

ମୁମ୍ବାଇ: ସରୋଗେସି ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁ ଉପରେ ଡିମ୍ବାଣୁ ଦାତାଙ୍କର କୌଣସି ଆଇନଗତ ଅଧିକାର ନାହିଁ। ଡିମ୍ବାଣୁ କିମ୍ବା ଶୁକ୍ରାଣୁ ଦାତା, IVF ଚିକିତ୍ସା ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁର ପିତାମାତା ଭାବେ ଅଧିକାର ଦାବି କରିପାରିବେ ନାହିଁ।

ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ।ଜଣେ ଡିମ୍ବାଣୁ ପ୍ରଦାନକାରୀ ମହିଳା ଯାଁଳା ଶିଶୁ କନ୍ୟାଙ୍କ ମା’ ରୂପେ ନିଜକୁ ଦାବି କରି କୋର୍ଟ ଯାଇଥିବା ବେଳେ ଏପରି ରାୟ ଶୁଣାଇଛନ୍ତି କୋର୍ଟ।

ସରୋଗେସି ଅଧିନିୟମ ଅନୁଯାୟୀ, କେବଳ ଡୋନରଙ୍କର ବାଏଲୋଜିକାଲ୍ ଅବଦାନ କରାଯାଇଥାଏ ଏବଂ ଶିଶୁର ଆଇନଗତ ପିତାମାତାଙ୍କୁ ଜନ୍ମ ସମୟରେ ଚିହ୍ନଟ କରାଯାଇଥାଏ। ଏହି ନିଷ୍ପତ୍ତି ପରେ ଏବେ ସରୋଗେସି ଏବଂ ଡୋନରଙ୍କର ଅଧିକାର ମଧ୍ୟରେ ଥିବା ସୀମା ସ୍ପଷ୍ଟ ହୋଇଛି।

 

Comments are closed.