Latest Odisha News

BREAKING NEWS

ଶ୍ରୀଜେଶଙ୍କୁ କରାଗଲା ସମ୍ମାନୀତ: ୧୬ ନମ୍ବର ଜର୍ସିକୁ ଅବସର, ଜୁନିୟର କୋଚ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତର ଷ୍ଟାର ଗୋଲକିପର ପିଆର ଶ୍ରୀଜେଶ ହକିରୁ ଅବସର ଘୋଷଣା କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ଭାରତ ହକିରେ ବ୍ରୋଞ୍ଜ ପଦକ ଜିତିବା ପରେ ସେ ଏହି ଘୋଷଣା କରିଥିଲେ । ଏବେ ଶ୍ରୀଜେଶଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରାଯାଇଛି । ତାଙ୍କର ୧୬ ନମ୍ବର ଜର୍ସିକୁ ବିଧିବଦ୍ଧ ଭାବେ ଅବସର ଦିଆଯାଇଛି । ଏହା ବ୍ୟତୀତ ତାଙ୍କୁ ଜୁନିୟର ଟିମର କୋଚ ଭାବେ ନିଯୁକ୍ତ କରାଯାଇଛି । ଭାରତ ବ୍ରୋଞ୍ଜ ପଦକ ଜିତିବାରେ ଶ୍ରୀଜେଶଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ସିନିୟର ଟିମର କୌଣସି ଖେଳାଳିଙ୍କୁ ୧୬ ନମ୍ବର ଜର୍ସି ଦିଆଯିବ ନାହିଁ । ଜୁନିୟର ସ୍ତରରେ କିନ୍ତୁ ଏହି ନମ୍ବର ଜର୍ସି ଖେଳାଳିଙ୍କୁ ଦିଆଯିବ ।

ଶ୍ରୀଜେଶ ତାଙ୍କ କ୍ୟାରିୟରରେ ୩୩୬ ମ୍ୟାଚ ଖେଳିଛନ୍ତି । ସେ ଓଭାରାଲ ୪ଟି ଅଲିମ୍ପିକ୍ସ ଖେଳିଛନ୍ତି । ୨୦୨୧ରେ ଭାରତ ଟୋକିଓ ଗେମ୍ସରେ ପଦକ ଜିତି ୪୧ ବର୍ଷର ପଦକ ମରୁଡିକୁ ଶେଷ କରିଥିଲା । ବ୍ରୋଞ୍ଜ ପଦକ ମ୍ୟାଚରେ ସ୍ପେନ ବିପକ୍ଷରେ ସେ ୫ଟି ପେନାଲ୍ଟି କର୍ଣ୍ଣରକୁ ଅଟକାଇଥିଲେ ।

Comments are closed.