Latest Odisha News

BREAKING NEWS

ରାଜଧାନୀରେ ହାଇଡ୍ରାମା; ଦୁଇ ଯୁବତୀଙ୍କ ସହ ହୋଟେଲ ରୁମରୁ ସ୍ବାମୀଙ୍କୁ ଧରିଲେ

ଭୁବନେଶ୍ୱର: ରାଜଧାନୀରେ ହାଇଡ୍ରାମା। ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ହୋଟେଲ ରୁମରେ ଥିବାବେଳେ ସ୍ବାମୀଙ୍କୁ ରଙ୍ଗେ ହାତ ଧରିଲେ ସ୍ତ୍ରୀ।

ପୋଲିସକୁ ସାଙ୍ଗରେ ନେଇ ମହିଳା ନିଜ ସ୍ବାମୀକୁ ହୋଟେଲ ରୁମରୁ ଅନ୍ୟ ଦୁଇ ଯୁବତୀଙ୍କ ସହ ଧରିଛନ୍ତି। ଏଭଳି ଘଟଣା ଘଟିଛି ଭୁବନେଶ୍ଵର ଇନଫୋସିଟି ଥାନା ଅଧୀନରେ। ପୂର୍ବରୁ ସ୍ବାମୀର ପରକୀୟା ସମ୍ପର୍କ ନେଇ ଥାନାରେ ଅଭିଯୋଗ କରିବା ସହ ପୋଲିସର ସାହାଯ୍ୟ ଲୋଡିଥିଲେ। ଯାହା ପରେ ପୋଲିସ ରେଡ୍ କରିଥିଲା। ତେବେ ଅଭିଯୁକ୍ତ ସ୍ବାମୀଙ୍କ ସହ ଦୁଇ ଯୁବତୀ ଅଟକ ଅଛନ୍ତି।

ସୂଚନା ଅନୁସାରେ, ଉକ୍ତ ଯୁବକ ଜଣକ ପେସାରେ ଜଣେ ରାପର । ତାଙ୍କ ନାଁରେ ଚନ୍ଦ୍ରଶେଖରପୁର ଓ ନନ୍ଦନକାନନ ଥାନାରେ ମଧ୍ୟ ପୂର୍ବରୁ ମାମଲା ରହିଛି। ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।

Comments are closed.