Latest Odisha News

BREAKING NEWS

‘ଏମରଜେନ୍ସି’ ପରେ ବଲିଉଡକୁ କହିବେ ବାଏ ବାଏ! ଜାଣନ୍ତୁ କ’ଣ କହିଲେ କଙ୍ଗନା….

ମଣ୍ଡି: ବହୁଦିନ ପରେ ସିନେମା ହଲକୁ ଆସିବାକୁ ଯାଉଛି କଙ୍ଗନାଙ୍କ ଅଭିନୀତ ଫିଲ୍ମ ‘ଏମରଜେନ୍ସି’ । ଯାହାର ଟ୍ରେଲର ଏହି ନିକଟ ଅତୀତରେ ରିଲିଜ୍ ହୋଇଯାଇଛି । ଯାହା ସେପ୍ଟେମ୍ବର ୬ରେ ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି । ରାଜନୀତିରେ ପାଦ ଥାପି ମଣ୍ଡି ସାଂସଦ ହେବା ପରେ ଏହା ତାଙ୍କର ପ୍ରଥମ ଫିଲ୍ମ । ତେବେ ରାଜନୀତିକୁ ଆସୁ ଆସୁ ବଳିଉଡରୁ କୁଆଡେ ଉଭାନ ହୋଇଯାଇଛନ୍ତି କଙ୍ଗନା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି କି ଏବେ ବଲିଉଡକୁ ବାଏ ବାଏ କହିବେ କି କଙ୍ଗନା ?

ଯାହାକୁ ନେଇ ମୁହଁ ଖୋଲିଛନ୍ତି କଙ୍ଗନା । ଏନେଇ କଙ୍ଗନା କହିଛନ୍ତି, ମୁଁ ଅଭିନୟ କରିବି କି ନାହିଁ ତାହା ଜନତା ନିର୍ଦ୍ଧାରିଣ କରିବେ । ମୁଁ କେବେ ବି କହିନଥିଲି କି ମୁଁ ନେତା ହେବାକୁ ଚାହୁଁଛି । ଦଳ ସର୍ଭେ ଜରିଆରେ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଉଚିତ୍ ମନେ କରି ଟିକେଟ ଦେଇଥିଲା । ଲୋକଙ୍କ ନିଷ୍ପତ୍ତି ଥିଲା ଯେ ମୁଁ ନିର୍ବାଚନ ଲଢ଼ିବା ଉଚିତ୍ । ତେବେ ଏହାପରେ ଯଦି ମୋର ଏମରଜନ୍ସି ଫିଲ୍ମକୁ ଲୋକେ ପସନ୍ଦ କରିବେ ଆଉ ମୋତେ ଆହୁରୀ ଦେଖିବାକୁ ଚାହିଁବେ । ଆଉ ମତେ ଲାଗିବ କି ମୋତେ ସଫଳତା ମିଳିପାରିବ ତାହାଲେ ମୁଁ ଫିଲ୍ମରେ କାମ କରିବା ଜାରି ରଖିବି ।

ସେ ଆହୁରି ବି କହିଛନ୍ତି ଯେ, ଯଦି ମତେ ଲାଗିଲା ମୁଁ ରାଜନୀତିରେ ବେଶୀ ସଫଳ ହାସଲ କରୁଛି, ଆଉ ଏଠି ମୋର ଆବଶ୍ୟକତା ଅଛି ତାହାଲେ ମୁଁ ସେଥିରେ ହିଁ ରହିବି । ଆପଣ ସେଠି ହିଁ ରୁହନ୍ତି, ଯେଉଁଠି ଆପଣଙ୍କ ଆବଶ୍ୟକତା ଥାଏ । ଯେଉଁଠି ସମ୍ମାନ ମିଳେ । ମୁଁ ମୋର ଜୀବନ ଉପରେ ତାହାର ନିଷ୍ପତ୍ତି ଛାଡିଦଉଛି । ଏବେ ମୁଁ ଏ ବିଷୟରେ କିଛି ବି ନିଷ୍କତ୍ତି ନେଇନାହିଁ । ଯେଉଁଠି ମୋର ଆବଶ୍ୟକତା ଥିବ । ମୁଁ ସେଠି ରହିବି ।

ତେବେ କହିରଖୁଛୁ, ଚଳିତ ନିର୍ବାଚନରେ ମଣ୍ଡି ଆସନରୁ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି କଙ୍ଗନା ରାଣାଓ୍ବତ । ସାଂସଦ ହେବା ପରେ ତାଙ୍କର  ପ୍ରଥମ ଫିଲ୍ମ ‘ଏମରଜେନ୍ସି’ ସେପ୍ଟେମ୍ବର ୬ରେ ପରଦାକୁ ଆସିବାକୁ ଯାଉଛି । ଏହି ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ କଙ୍ଗନା । ଯାହାର କାହାଣୀ ଇନ୍ଦିରା ସରକାର ଲାଗୁ କରିଥିବା ୧୯୭୫ରୁ ୧୯୭୭ ଜରୁରୀକାଳୀନ ପରିସ୍ଥିତି ଉପରେ ପର୍ଯ୍ୟବେସିତ । ତେବେ ଏହାପରେ କଙ୍ଗନା କୌଣସି ବି ଫିଲ୍ମ ଘୋଷଣା କରିନାହାନ୍ତି । ଯାହାକୁ ନେଇ କଙ୍ଗନା ଫିଲ୍ମ ଜଗତରୁ ଦୂରେଇବା ଚର୍ଚ୍ଚା ହେଉଥିଲା ।

Comments are closed.