ମେରଠ: ସମାଜରୁ କୁସଂସ୍କାର ଦୂର କରିବା ପାଇଁ ଅନେକ ସଚେତନତା ସୃଷ୍ଟି କରାଯାଉଛି । ପୁଅ, ଝିଅ ମଧ୍ୟରେ ଭେଦଭାବ ସୃଷ୍ଟି ନ କରିବା ପାଇଁ ଅନେକ ଉଦ୍ୟମ ହେଉଛି । ତଥାପି କେତେକ ବ୍ୟକ୍ତି ଏବେ ବି ଜିଦ ଧରିଛନ୍ତି ପଛୁଆ ହୋଇ ରହିବା ପାଇଁ… । ମେରଠରେ ଏ ଭଳି ଏକ ଘଟଣା ଘଟିଛି ଯାହା କି ଆମକୁ ମୁହଁ ପୋତିବାକୁ ବାଧ୍ୟ କରୁଛି । ତଥାପି ଏହା ମଧ୍ୟରେ ଜଣେ ମାଆଙ୍କ ସାହାସ ନୂଆ ପ୍ରେରଣା ଯୋଗାଇଛି । କ୍ରମାଗତ ୨ଟି ଝିଅ ହେବା ପରେ ଏଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଉପରେ ଅସନ୍ତୁଷ୍ଟ ରହୁଥିଲେ । ତୃତୀୟ ଥର ପତ୍ନୀ ଗର୍ଭବତୀ ହେବା ପରେ ସେ ଏଥର ପୁଅ ହେବ ବୋଲି ଆଶା ବାନ୍ଧିଥିଲେ । ଏଥର ବି ଝିଅ ହେଲା… ।
କିଛି ଦିନ କଟିବା ପରେ ବ୍ୟକ୍ତି ଜଣଙ୍କ ରାଗରେ ୩ଜଣ ଝିଅଙ୍କୁ ନେଇ ନଦୀରେ ଫିଙ୍ଗିବାକୁ ଯାଇଥିଲେ । ହେଲେ ମାଆ କିପରି ତାର ଝିଅମାନଙ୍କୁ ମରିବା ପାଇଁ ଛାଡିଦେବ । କାନ୍ଦି ବୋବେଇ ଅନୁରୋଧ କରିବା ସତ୍ୱେ ପତିଙ୍କ ମନ ବଦଳି ନ ଥିଲା । ସେ ପତ୍ନୀଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏହା ସତ୍ୱେ ସେ ନିଜ ଜୀବନକୁ ବାଜିରେ ଲଗାଇ ଝିଅମାନଙ୍କୁ ବଂଚାଇଥିଲେ । ତାଙ୍କୁ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି । ପତିଙ୍କୁ ଥାନାରେ ଅଟକ ରଖାଯାଇଛି । ସୂଚନାଯୋଗ୍ୟ, ସରଧାନା ଥାନାର ମଢ଼ିଆଇରେ ଏହା ପୂର୍ବରୁ ଜଣେ ବାପା ତାଙ୍କର ୩ ବର୍ଷର ଝିଅକୁ ଗଙ୍ଗାରେ ଭସେଇ ଦେଇଥିଲେ ।
Comments are closed.