Latest Odisha News

BREAKING NEWS

ଯେବେ ଚନ୍ଦ୍ର ଦିଶେ ଅଧିକ ଉଜ୍ଜ୍ୱଳ

ନୂଆଦିଲ୍ଲୀ: ପୂର୍ଣ୍ଣମୀ ଆକାଶରେ ଦେଖିବାକୁ ମିଳିବ ବେଶ୍ ମନୋରମ ଦୃଶ୍ୟ । ଚନ୍ଦ୍ରମା ଦେଖାଯିବ ଆହୁରି ସୁନ୍ଦର, ଆହୁରି ଉଜ୍ଜ୍ୱଳ । ୩୦ ପ୍ରତିଶତରୁ ଅଧିକ କିରଣ ସହ ଝଲସିବ ଚନ୍ଦ୍ରମା । ଚନ୍ଦ୍ର ଆଜି ୧୪ ପ୍ରତିଶତ ବଡ ଦେଖାଯିବ । କାରଣ ଆକାଶରେ ଆଜି ମୁନ୍ ନୁହେଁ, ଦେଖାଯିବ ବ୍ଲୁ ସୁପରମୁନ୍ । ଆକାଶରେ ଏହି ଆକର୍ଷଣୀୟ ଦୃଶ୍ୟ ବର୍ଷକ ପରେ ଦେଖିବାକୁ ମିଳିବ । ବ୍ଲୁ ସୁପରମୁନର ଅନ୍ୟ ନାମ ହେଉଛି ଷ୍ଟରଜିୟନ ସୁପରମୁନ। ୨୦୨୩ ଅଗଷ୍ଟ ପହିଲାରେ ଦେଖିବାକୁ ମିଳିଥିଲା ବ୍ଲୁ ସୁପରମୁନ। ସେହିବର୍ଷ ହିଁ ଅଗଷ୍ଟ ୩୦ରେ ଆଉ ଥରେ ବ୍ଲୁ ସୁପରମୁନ୍ ଦୁନିଆକୁ କରିଥିଲା ମନ୍ତ୍ରମୁଗ୍ଧ। ଏ ବର୍ଷ ଗୋଟିଏ ନୁହେଁ ଚାରି ଚାରିଟି ବ୍ଲୁ ସୁପରମୁନ ଦେଖାଯିବ। ସାରାବିଶ୍ୱରେ ଦୃଶ୍ୟମାନ ହେବ ବିରଳ ସୁପର ବ୍ଲୁ ମୁନ୍। ଭାରତରେ ସୋମବାର ରାତି ୧୧ଟା୫୬ରୁ ମଙ୍ଗଳବାର ସୂର୍ଯ୍ୟ ଉଦୟ ଯାଏଁ ଆକାଶରେ ଦୃଶ୍ୟମାନ ହେବ ସୁପର ବ୍ଲୁ ମୁନ୍।

ବ୍ଲୁ ସୁପରମୁନ୍ କ’ଣ ଓ କାହିଁକି
ଚନ୍ଦ୍ର ପୃଥିବୀର ୯୦ ପ୍ରତିଶତ ନିକଟତର ରହିଲେ ଏହା ସୁପରମୁନ୍ ହୋଇଥାଏ । ନିଜ କକ୍ଷରେ ବୁଲୁଥିବା ବେଳେ ଚନ୍ଦ୍ରମା ପୃଥିବୀର ସବୁଠୁ ନିକଟତର ହୋଇ ୩୬୩ ହଜାର ୩୦୦ କିଲୋମିଟର ଯାଏଁ ଆସିଗଲେ, ତାହା ୩୦ ପ୍ରତିଶତ ଅଧିକ ଉଜ୍ୱଳ ଓ ୧୪ ପ୍ରତିଶତ ବଡ ଦିଶିଥାଏ । ଏହା ହିଁ ବ୍ଲୁ ସୁପରମୁନ୍ ।

ମାସିକ ଓ ଋତୁକାଳୀନ ବ୍ଲୁ ସୁପରମୁନ  
ଦୁଇ ପ୍ରକାରର ବ୍ଲୁ ସୁପରମ୍ୟାନ୍ ଦେଖାଯାଏ । ଗୋଟିଏ ହେଉଛି ମନ୍ଥଲି ବା ମାସିକ ସୁପରମୁନ୍ । ଅନ୍ୟଟି ହେଲା ସିଜନାଲ ସୁପରମୁନ୍ । ନୀଳ ରଙ୍ଗ ସହ କୌଣସି ସଂପର୍କ ନଥାଏ । କୌଣସି ଋତୁରେ ୪ଟି ପୂର୍ଣ୍ଣିମା ପଡିଲେ, ତୃତୀୟ ପୂର୍ଣ୍ଣିମାର ଚନ୍ଦ୍ରକୁ କୁହାଯାଏ ସିଜନାଲ ବ୍ଲୁ ମୁନ୍ । ଯେତେବେଳେ ଗୋଟିଏ ମାସରେ ୨ଟି ପୂର୍ଣ୍ଣିମା ପଡିଥାଏ,ସେତେବେଳେ ଦ୍ୱିତୀୟ ପୂର୍ଣ୍ଣିମାର ଜହ୍ନକୁ ମନ୍ଥଲି ବ୍ଲୁ ମୁନ କୁହାଯାଏ ।

ଆମେରିକୀୟ ମହାକାଶ ଏଜେନ୍ସୀ ନାସା ଅନୁସାରେ ସିଜନଲ ବ୍ଲୁ ମୁନ୍ ପ୍ରତି ଦୁଇରୁ ତିନି ବର୍ଷରେ ଥରେ ଆସିଥାଏ । ଯେପରିକି ୨୦୨୦ ଅକ୍ଟୋବର, ୨୦୨୧ ଅଗଷ୍ଟରେ ଦେଖା ଦେଇଥିଲା ସିଜନାଲ ବ୍ଲୁ ସୁପରମୁନ୍ ।

ଏ ବର୍ଷ ସେପଟେମ୍ବର ୧୭, ଅକ୍ଟୋବର ୧୭ ଓ ନଭେମ୍ବର ୧୫ରେ ମଧ୍ୟ ଦୃଶ୍ୟମାନ ହେବ ବ୍ଲୁ ସୁପରମୁନ୍ ।

Comments are closed.