Latest Odisha News

BREAKING NEWS

ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କୁ ଦୁଷ୍କର୍ମ ଧମକ

କୋଲକାତା: ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ମିଳିଛି ଦୁଷ୍କର୍ମ ଧମକ। ଏନେଇ ସେ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଆମେ ମହିଳାଙ୍କ ପାଇଁ ନ୍ୟାୟ ଦାବି କରୁଛୁ, ଠିକ୍‌ ତ? ଏମାନେ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣେ, ଯିଏକି ଭିଡ଼ ଭିତରେ ମୁଖାପିନ୍ଧି ଆମ ମହିଳାଙ୍କ ସହ ଛିଡା ହୋଇ ନ୍ୟାୟ ଦାବି କରନ୍ତି। ହେଲେ ପରେ ଦୁଷ୍କର୍ମ ଧମକ ମଧ୍ୟ ଦିଅନ୍ତି। ଦୁଷ୍କର୍ମ ଧମକ ସାଧାରଣ ହୋଇଗଲାଣି।

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକ ପୋଷ୍ଟ କରିବା ପରଠାରୁ ତାଙ୍କୁ ଏଭଳି ଧମକ ମିଳୁଛି। କୋଲକାତାରେ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ବିରୋଧରେ ବ୍ୟକ୍ତିଗତ ଭାବେ ଏକ ପ୍ରତିବାଦରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଅଭିନେତ୍ରୀ।

 

 

Comments are closed.