Latest Odisha News

ରାଜନୀତିରୁ ନେବେ ନାହିଁ ଅବସର, ନୂଆ ଦଳ ଗଢିବେ ଚମ୍ପାଇ

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ ଝଟକା। ବଡ ଘୋଷଣା କଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ। ରାଜନୀତିରୁ ନେବେ ନାହିଁ ଅବସର। ନୂଆ ଦଳ ଗଢିବେ ଚମ୍ପାଇ। ତେବେ ନୂଆ ଦଳର ନାଁ ଏଯାଏଁ ଘୋଷଣା କରିନାହାଁନ୍ତି ଚମ୍ପାଇ। ତେବେ ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ନିଜେ ଚମ୍ପାଇ ସୋରେନ ।

ସୂଚନା ଅନୁସାରେ, ଏକ୍ସରେ ସୂଚନା ଦେଇ ଚମ୍ପାଇ କହିଛନ୍ତି ଯେ, ଆମେ ଆମର ନିଜସ୍ୱ ପାର୍ଟି ଗଠନ କରିବୁ। ଯଦି ଆମକୁ ସମାନ ଚିନ୍ତାଧାରର ବ୍ୟକ୍ତି ମିଳନ୍ତି ତେବେ ଆମେ ଆଗକୁ ବଢିବୁ । ଦିଲ୍ଲୀରୁ ଫେରିବା ପରେ ନିଜର ସମର୍ଥକଙ୍କୁ ଭେଟିବା ପରେ ଏଭଳି ନିଷ୍ପତ୍ତି ନେଇଛି ବୋଲି ଚମ୍ପାଇ କହିଛନ୍ତି । ତେବେ ସେ ଆଜି ଦଳ ନାଁ ଘୋଷଣା କରିନଥିବା ବେଳେ ଆଗାମୀ 7 ଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, କିଛିଦିନ ଧରି ସୋରେନ ବିଜେପିର ହେଭିଓ୍ବେଟ୍ ନେତାଙ୍କ ସମ୍ପର୍କରେ ଅଛନ୍ତି ବୋଲି ଶୁଣାଯାଉଥିଲା । ତେଣୁ ଚମ୍ପାଇ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଶେଷରେ ସବୁ ଚର୍ଚ୍ଚାର ଅବସାନ ଘଟିଛି । ଏହାରି ଭିତରେ ତାଙ୍କର ଦିଲ୍ଲୀ ଗସ୍ତରକୁ ନେଇ ହେଉଥିବା ସମସ୍ତ କଳ୍ପନା ଜଳ୍ପନାର ମଧ୍ୟ ଅନ୍ତ ଘଟାଇଛନ୍ତି ଚମ୍ପାଇ । ତାଙ୍କ ଦିଲ୍ଲୀ ଯାତ୍ରା ରାଜନୈତିକ ନୁହେଁ ବରଂ ବ୍ୟକ୍ତିଗତ ବୋଲି କହିଛନ୍ତି ଚମ୍ପାଇ ।

Comments are closed.