Latest Odisha News

୨୦୦ମି.ଗଭୀର ଖାଇକୁ ଖସିଲା ବସ, ୬ ମୃତ

ଲେହ: ଲେହର ଦୁର୍ଗୁକ୍ ଅଞ୍ଚଳରେ ଗୁରୁବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୨୦୦ମିଟର ଗଭୀର ଖାଇକୁ ଖସିପଡ଼ିଥିଲା।

ପ୍ରାରମ୍ଭିକ ସୂଚନାନୁସାରେ ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ଏବଂ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଲେହ ଡେପୁଟି କମିଶନର କହିଛନ୍ତି ଯେ ଆହତମାନଙ୍କୁ ସେନା ଏବଂ ସିଏଚସି ଟାଙ୍ଗସେ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ବସ୍ରେ ପ୍ରାୟ ୨୫ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ଦୁଇଜଣ ପିଲା ଏବଂ ୨୩ ଜଣ ସ୍କୁଲ କର୍ମଚାରୀ ଥିଲେ। ଜଣେ କର୍ମଚାରୀଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ଡର୍ବୁକ୍ ଅଭିମୁଖେ ବସ୍ ଯାଉଥିଲାବେଳେ ଅଘଟଣ ଘଟିଯାଇଛି।

ଆହତମାନଙ୍କୁ ଲେହର ଜିଲ୍ଲା ଡାକ୍ତରଖାନାକୁ ନେବା ପାଇଁ ପ୍ରଶାସନ ତିନିଟି ହେଲିକପ୍ଟର ନିୟୋଜିତ କରିଥିଲା। ଭାରତୀୟ ସେନା, ଲଦାଖ ପୋଲିସ, ରାଜସ୍ୱ ବିଭାଗର ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଥିବା ଜଣାପଡିଛି।

 

Comments are closed.