Latest Odisha News

ମେସେଜିଂ ଆପ୍‌ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ଅଟକ, ପୂର୍ବରୁ ଗିରଫ ୱାରେଣ୍ଟ ଜାରି କରିଥିଲା ଫ୍ରାନ୍ସ

ନୂଆଦିଲ୍ଲୀ: ମେସେଜିଂ ଆପ୍‌ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ଅଟକ। ଫ୍ରାନ୍ସର ବର୍ଗେଟ ବିମାନ ବନ୍ଦରରେ ପଲ୍ ଡୁରୋଭଙ୍କୁ ଅଟକ ରଖିଲା ପୋଲିସ। ପ୍ରାଇଭେଟ୍‌ ଜେଟରେ ଆଜରବାଇଜାନ ଯିବା ବେଳେ ଡୁରୋଭ ଅଟକ ହୋଇଛନ୍ତି।

ପଲ୍ ଡୁରୋଭ ନାଁରେ ପୂର୍ବରୁ ଗିରଫ ୱାରେଣ୍ଟ ଜାରି କରିଥିଲା ଫ୍ରାନ୍ସ । ଟେଲିଗ୍ରାମ ଦ୍ବାରା ଅପରାଧିକ ଗତିବିଧି ଚଳାଉଥିବା ଅଭିଯୋଗ ଥିଲା। ଟେଲିଗ୍ରାମ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ଫ୍ରାନ୍ସର ଗୃହମନ୍ତ୍ରୀ ଏବଂ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ହୋଇନାହିଁ। ୨୦୨୨ ମସିହାରେ ଋଷର ୟୁକ୍ରେନ ଉପରେ ଆକ୍ରମଣ ହେବା ପରଠାରୁ, ଟେଲିଗ୍ରାମ ଯୁଦ୍ଧକୁ ନେଇ ରାଜନୀତିକୁ ନେଇ ଉଭୟ ପକ୍ଷ ମଧ୍ୟରେ ‘ଅନଫିଲଟର୍ଡ କଣ୍ଟେଣ୍ଟ୍’ (ଅନୁପଯୁକ୍ତ ବିଷୟବସ୍ତୁ) ପାଇଁ ସବୁଠାରୁ ପ୍ରମୁଖ ପ୍ଲାଟଫର୍ମ ହୋଇଥିଲା।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏବଂ ତାଙ୍କ ଅଧିକାରୀଙ୍କ ପାଇଁ ମେସେଜିଂ ଆପ୍ ଟେଲିଗ୍ରାମ ଜରିଆରେ ଯୋଗାଯୋଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଅଟେ। କ୍ରେମଲିନ୍ ଏବଂ ଋଷ ସରକାର ମଧ୍ୟ ନିଜର ଖବରକୁ ସେୟାର କରିବା ପାଇଁ ଏହି ପ୍ଲାଟଫର୍ମ ବ୍ୟବହାର କରୁଥିଲେ। ସାମ୍ପ୍ରତିକ ସମୟରେ, ଟେଲିଗ୍ରାମ ସେହି ପ୍ଲାଟଫର୍ମଗୁଡିକ ମଧ୍ୟରୁ ଗୋଟିଏ ହୋଇପାରିଛି ଯେଉଁଠାରୁ ଋଷ ଯୁଦ୍ଧ ବିଷୟରେ ସୂଚନା ମିଳିପାରିବ।

Comments are closed.