Latest Odisha News

BREAKING NEWS

ପାକିସ୍ତାନରେ ବିସ୍ଫୋରଣ; ୨ ଶିଶୁ ସମେତ ୩ ମୃତ, ୧୬ ଗୁରୁତର

ଇସଲାମାବାଦ: ଶନିବାର ପାକିସ୍ତାନର ବାଲୁଚିସ୍ତାନର ପିଶିନ୍ ଜିଲ୍ଲାରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୨ ଶିଶୁ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ବଲୋଚିସ୍ତାନ ପିଶିନ ଜିଲ୍ଲାର ଏକ ଥାନା ନିକଟରେ ବିସ୍ଫୋରଣ ହୋଇଛି। ଗୁରୁତରଙ୍କ ମଧ୍ୟରେ ୭ ଜଣ ପୋଲିସ କର୍ମଚାରୀ ରହିଥିବା ସୂଚନା ରହିଛି। ବାଇକରେ ରିମୋଟ୍‌ ବୋମା ଖଞ୍ଜାଯାଇଥିଲା। ପରେ ଏହାକୁ ବିସ୍ଫୋରଣ କରାଯାଇଥିଲା।

ସୂଚନା ଥାଉକି ଯେ ଖାଇବର ପାଖ୍‌ଟୁନଖୱା ଏବଂ ବାଲୁଚିସ୍ତାନରେ ପୋଲିସ୍ ଏବଂ ପୋଷ୍ଟ ଗାର୍ଡ ଉପରେ କ୍ରମାଗତ ଆକ୍ରମଣର ଘଟଣା ସାମ୍ନାକୁ ଆସୁଛି। ବିଶେଷ ଭାବରେ, ନିଷିଦ୍ଧ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ୨୦୨୨ ମସିହାରେ ସରକାରଙ୍କ ସହ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଏବଂ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପରେ ଆକ୍ରମଣ ବୃଦ୍ଧି ପାଇଛି।

Comments are closed.