Latest Odisha News

BREAKING NEWS

ଭାଙ୍ଗିଗଲା ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି, ବର୍ଷେ ତଳେ ହୋଇଥିଲା ଉନ୍ମୋଚନ

ମୁମ୍ବାଇ: ମହାରାଷ୍ଟ୍ରର ସିନ୍ଧୁଦର୍ଗ ଜିଲ୍ଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ଭୁଶୁଡି ପଡିଛି।

ଅଧିକାରୀଙ୍କ କହିବା ଅନୁଯାୟୀ, ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଲବନର ରାଜକୋଟ ଦୁର୍ଗରେ ଉନ୍ମୋଚନ କରିଥିଲେ।

ଏହି ପ୍ରତିମୂର୍ତ୍ତି ଅଗଷ୍ଟ ୨୬ରେ ଦ୍ବିପ୍ରହର ୧ଟା ସମୟରେ ଭୁଶୁଡି ପଡିଥିଲା। ଏହି ଘଟଣା ପରେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାରକୁ ଖୁବ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା। ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଉପରେ ସରକାର କମ୍ ଧ୍ୟାନ ଦେଇଥିବା ନେଇ ଅଭିଯୋଗ କରିଛନ୍ତି।

ତେବେ ପ୍ରତିମୂର୍ତ୍ତି ଭୁଶୁଡ଼ିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଗତ ଦୁଇ ଦିନ ମଧ୍ୟରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଏଭଳି ଘଟିଛି।

 

Comments are closed.