Latest Odisha News

ଦୁନିଆରୁ ଲୋପ ପାଇଯିବେ କି ପୁରୁଷ… 

ନୂଆଦିଲ୍ଲୀ: ମହିଳାଙ୍କ ଗର୍ଭରେ ବଢୁଥିବା ଗର୍ଭସ୍ଥ ଶିଶୁ ପୁଅ ଅବା ଝିଅ ହେବ, ତାହା ପିତାମାତାଙ୍କ କ୍ରୋମୋଜୋମ ଉପରେ ନିର୍ଭର କରିଥାଏ। ବୈଜ୍ଞାନିକ ନିୟମ ଅନୁସାରେ ପୁଅ ଜନ୍ମ ହେବା ପାଇଁ ୱାଇ କ୍ରୋମୋଜୋମ୍ ରହିବା ଆବଶ୍ୟକ।

ଯଦି ପୁରୁଷମାନଙ୍କର ୱାଇ କ୍ରୋମୋଜୋମ୍ ନଷ୍ଟ ହୋଇଯାଏ, ତେବେ ପୁଅମାନେ ଜନ୍ମ ହେବେ ନାହିଁ, କେବଳ ଝିଅମାନେ ଜନ୍ମ ହେବେ ଏବଂ ତା’ପରେ ଦୁନିଆରୁ ମଣିଷ ସଭ୍ୟତା ଲୋପ ପାଇଯିବ।

ତେବେ ଏହି ୱାଇ କ୍ରୋମୋଜୋମକୁ ନେଇ ଚାଞ୍ଚଲ୍ୟକର ତଥ୍ଯ ଆସିଛି। ଏହି ତଥ୍ଯ ଅନୁସାରେ ୱାଇ କ୍ରୋମୋଜୋମ୍ ହ୍ରାସ ପାଉଛି। ଧିରେ ଧିରେ ୱାଇ କ୍ରୋମୋଜୋମ୍ ଲୋପ ପାଇଯିବ। ଏପରିକି ପ୍ରାୟ ୧୧ ମିଲିୟନ ବର୍ଷ ପରେ ଏଭଳି ଘଟିବ ବୋଲି ଜଣାପଡିଛି।

ଅପରପକ୍ଷରେ ୨୦୨୨ ମସିହାରେ ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସ୍ପାଇନ୍ ମୂଷା ମାନେ ସଫଳତା ପୂର୍ବକ ଏକ ନୂଆ ପୁରୁଷ ନିର୍ଣ୍ଣାୟକ ବିକଶିତ କରିପାରିଛନ୍ତି। ଯାହା ମାନବ ସଭ୍ୟତା ପାଇଁ ଏକ ଆଶାର କିରଣ ପାଲଟିବ।

 

 

Comments are closed.