Latest Odisha News

BREAKING NEWS

ଖରାପ ଟେକନିକ ଯୋଗୁ ଏହି ବ୍ୟାଟ୍ସମ୍ୟାନଙ୍କୁ ଦିଆଯାଇଥିଲା ବାଧ୍ୟତାମୂଳକ ଅବସର

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟର ଯୁବ ଖେଳାଳି ୱିଲ ପୁକୋଭିସକଙ୍କୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଥିଲା । ଏହା ଗ୍ରହଣୀୟ ହେଉ ନ ଥିଲେ ମଧ୍ୟ ସତ୍ୟ । କ୍ରିକେଟ ଇତିହାସର ଏହା ଏକ ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ଘଟଣା ଥିଲା । ୨୬ ବର୍ଷୀୟ ପୁକୋଭିସକ ଅଷ୍ଟ୍ରେଲିଆ ପକ୍ଷରୁ ଗୋଟିଏ ଟେଷ୍ଟ ଖେଳିଛନ୍ତି । ତାଙ୍କ ବ୍ୟାଟିଂ ଟେକନିକ ଏତେ ଖରାପ ଥିଲା ଯେ, ସ୍ୱଳ୍ପ ସମୟ କ୍ୟାରିୟର ମଧ୍ୟରେ ୧୩ ଥର ବଲ ତାଙ୍କ ହେଲମେଟରେ ବାଜିଥିଲା । ଅବସର ନେବା ପାଇଁ ଡାକ୍ତର ମଧ୍ୟ ତାଙ୍କୁ ପରାମର୍ଶ ଦେଇଥିଲେ । ପୁକୋଭିସକଙ୍କୁ ଅଷ୍ଟ୍ରେଲିଆ କ୍ରିକେଟ ଟିମର ପରର୍ବତୀ ଷ୍ଟାର ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଉଥିଲା ।

୩୬ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୪୫ରୁ ଊର୍ଦ୍ଧ୍ୱ ଆଭରେଜରେ ୨୩୫୦ ରନ କରିଥିଲେ । ୨୫୫ ତାଙ୍କର ସର୍ବାଧିକ ସ୍କୋର ଥିଲା । ୨୦୨୧ରେ ଭାରତ ବିପକ୍ଷ ସିଡନୀ ଟେଷ୍ଟରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ୭୨ ରନ କରିଥିଲେ । ଏହା ପରେ ତାଙ୍କୁ ଆଉ ଆନ୍ତର୍ଜାତୀୟ କ୍ରିକେଟରେ ଖେଳିବା ପାଇଁ ସୁଯୋଗ ମିଳି ନ ଥିଲା । ଘରୋଇ କ୍ରିକେଟରେ ତାଙ୍କ ହେଲମେଟରେ ବାରମ୍ବାର ବଲ ବାଜିବା ତାଙ୍କ କ୍ୟାରିୟରକୁ ଆରମ୍ଭ କରିବା ବଦଳରେ ଶେଷ କରି ଦେଇଥିଲା ।

Comments are closed.