Latest Odisha News

BREAKING NEWS

ବଦଳିଲା ହରିୟାଣା ବିଧାନସଭା ମତଦାନ ତାରିଖ ଓ ଜାମ୍ମୁ କାଶ୍ମୀର ଭୋଟ ଗଣତି ତାରିଖ

ନୂଆଦିଲ୍ଲୀ: ବଦଳିଲା ହରିୟାଣା ବିଧାନସଭା ଭୋଟ ଗ୍ରହଣ ତାରିଖ । ତାରିଖ ବଦଳାଇଲେ ଇସିଆଇ । ଅକ୍ଟୋବର ୧ ବଦଳରେ ଅକ୍ଟୋବର ୫ରେ ହେବ ଭୋଟ ଗ୍ରହଣ । ବିଷ୍ଣୋଇ ସଂପ୍ରଦାୟର ପର୍ବକୁ ଦୃଷ୍ଟିରେ ରଖି ତାରିଖ ବଦଳାଇଲେ ଇସିଆଇ। ସେପଟେ ହରିୟାଣା ଭୋଟ୍‌ ତାରିଖ ବଦଳିବା ସହ ବଦଳିଲା ଭୋଟ ଗଣତି ତାରିଖ । ଜାମ୍ମୁ କାଶ୍ମୀର ଓ ହରିୟାଣା ଭୋଟ ଗଣତି ତାରିଖ ବଦଳାଇଲେ ଇସିଆଇ । ଅକ୍ଟୋବର ୪ ବଦଳରେ ଅକ୍ଟୋବର ୮ରେ ହେବ ଉଭୟ ରାଜ୍ୟର ଭୋଟ ଗଣତି ।

ସୂଚନାଯୋଗ୍ୟ ଯେ, ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଅକ୍ଟୋବର ୧ରେ ମତଦାନ ଗ୍ରହଣ କରାଯିବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ମାତ୍ର ବିଷ୍ଣୋଇ ସଂପ୍ରଦାୟର ପର୍ବକୁ ଦୃଷ୍ଟିରେ ରଖି ମତଦାନ ତାରିଖ ପରିବର୍ତ୍ତନ ନେଇ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ଆୟୋଗଙ୍କୁ ପତ୍ର ଲେଖିଥିଲେ । ଏବେ ଅକ୍ଟୋବର ୫ରେ ମତଦାନ ହେବ ଓ ୮ରେ ଫଳାଫଳ ଘୋଷିତ ହେବ ।

ସେହିପରି ୯୦ଟି ଆସନ ବିଶିଷ୍ଟ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ମତଦାନ ଅକ୍ଟୋବର ୧ରେ ଆରମ୍ଭ ହୋଇ ୩ଟି ପର୍ଯ୍ୟାୟରେ ସରିବ । ପୂର୍ବରୁ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ଅକ୍ଟୋବର ୪ରେ ଘୋଷିତ ହେବା ନେଇ ଧାର୍ଯ୍ୟ ହୋଇଥିବା ବେଳେ ଏବେ ତାହାକୁ ପରିବର୍ତ୍ତନ କରାଯାଇଛି ।

Comments are closed.