Latest Odisha News

ଭ୍ୟାନିଟ୍ ଭ୍ୟାନରେ ଥିଲା ଗୁପ୍ତ କ୍ୟାମେରା: ଅଭିନେତ୍ରୀ ରାଧିକା

ନୂଆଦିଲ୍ଲୀ: ମାଲାୟାଲମ୍ ଚଳଚ୍ଚିତ୍ର ଶିଳ୍ପକୁ ନେଇ ହେମା କମିଟିର ରିପୋର୍ଟ ପରେ ଚର୍ଚ୍ଚା ଜୋର ଧରିଛି। ଅନେକ ବଡ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ଯୌନ ଶୋଷଣ ଏବଂ କାଷ୍ଟିଂକାଉଚ୍ ଭଳି ଅଭିଯୋଗ ଘେରରେ ରହିଛନ୍ତି।

ଏବେ ସାଉଥ୍ ଅଭିନେତ୍ରୀ ରାଧିକା ଶରଥକୁମାରଙ୍କ ବୟାନ ଫିଲ୍ମ ଜଗତରେ ଚହଳ ଖେଳାଇଛି।

ଏକ ଫିଲ୍ମର ସେଟରେ ଜଣେ ଅଭିନେତ୍ରୀଙ୍କ ଭ୍ୟାନିଟି ଭ୍ୟାନରେ ଗୁପ୍ତ କ୍ୟାମେରା ଲଗାଯାଇଥିଲା ଏବଂ ସେ ପୋଷାକ ବଦଳାଇବା ସମୟରେ ଭିଡିଓ ରେକର୍ଡ କରାଯାଇଥିଲା। ଏହି ଘଟଣା ଜାଣିବା ପରେ ସେ ଭ୍ୟାନିଟି ଭ୍ୟାନ ବ୍ୟବହାର କରିବାକୁ ଭୟଭୀତ ହେବାକୁ ଲାଗିଲେ।

ତେବେ ଏହି ଘଟଣା କେବେ ଘଟିଲା ଏବଂ କେଉଁ ଫିଲ୍ମର ସେଟର? ସେ ବିଷୟରେ କିଛି ପ୍ରକାଶ କରିନାହାନ୍ତି ରାଧିକା। ସେ ଆହୁରି ମଧ୍ଯ କହିଛନ୍ତି ଯେ ଯେତେବେଳେ ସେ ଗୁପ୍ତ କ୍ୟାମେରା ବିଷୟରେ ଜାଣିବାକୁ ପାଇଲେ ସେତେବେଳେ ଭ୍ୟାନିଟି ଟିମ୍ ସହିତ ତାଙ୍କର ଜୋରଦାର ଯୁକ୍ତିତର୍କ ହୋଇଥିଲା।

ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ସହିତ ସେ ହିନ୍ଦୀ ସିନେମାରେ ମଧ୍ୟ କାମ କରିଛନ୍ତି। ରାଧିକା ପ୍ରାୟ ୪୬ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି।

 

Comments are closed.