Latest Odisha News

ବକ୍ସ ଅଫିସରେ ନିଜର ଦବଦବା ଦେଖଉଛି-‘ସ୍ତ୍ରୀ-୨’,୧୭ ଦିନରେ କଲାଣି ଏତିକି ରୋଜଗାର

ମୁମ୍ବାଇ: ‘ସ୍ତ୍ରୀ-୨’ ର କ୍ରେଜ୍ ଆଗରେ ବଡ଼ ବଡ ଚଳଚ୍ଚିତ୍ର ଗୁଡ଼ିକ ପଛରେ ପଡିଯାଇଥିବା ଜଣାପଡିଛି । ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଧମାକା କରିଚାଲିଛି । ରିଲିଜ୍ ହେବାର ତୃତୀୟ ଶନିବାର ମଧ୍ୟ ଏହି ଫିଲ୍ମ ରୋଜଗାର ଦୃଷ୍ଟିରୁ ୧୦ ଟି ବଡ ଚଳଚ୍ଚିତ୍ରକୁ ପଛରେ ପକାଇଛି । ତୃତୀୟ ଶନିବାରରେ ସର୍ବାଧିକ ଆୟ କରିଥିବା ଫିଲ୍ମ ହେଉଛି ‘ସ୍ତ୍ରୀ-୨’ ।

ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଥିବା ‘ସ୍ତ୍ରୀ-୨’ ବକ୍ସ ଅଫିସରେ ନିଜର ଦବଦବା ବଜାୟ ରଖିଛି । ସେକନିଲ୍କର ସଦ୍ୟତମ ରିପୋର୍ଟ ଅନୁଯାୟୀ, ‘ସ୍ତ୍ରୀ-୨’ ୧୭ ଦିନରେ ବକ୍ସ ଅଫିସରେ ୧୬ କୋଟି ଟଙ୍କା ବ୍ୟବସାୟ କରିଛି । ୧୬ ଦିନରେ ‘ସ୍ତ୍ରୀ-୨’ର ରୋଜଗାରରେ ବହୁତ ହ୍ରାସ ଘଟିଥିଲା ।​ କିନ୍ତୁ ଶନିବାର ଦିନ ଏହି ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଶୁକ୍ରବାର ଠାରୁ ଦୁଇଗୁଣ ରୋଜଗାର କରି ଖୁସି କରିଛି ।

ଏହା ସହିତ ଭାରତରେ ‘ସ୍ତ୍ରୀ-୨’ର ମୋଟ ସଂଗ୍ରହ ବର୍ତ୍ତମାନ ୪୫୭.୫୫ କୋଟିରେ ପହଞ୍ଚିଛି । ଶ୍ରଦ୍ଧାଙ୍କ ‘ସ୍ତ୍ରୀ-୨’ ସାରା ବିଶ୍ୱରେ ୬୦୦ କୋଟିରୁ ଅଧିକ ଆୟ କରିଛି ।

ତୃତୀୟ ଶନିବାର ରୋଜଗାର ଦୃଷ୍ଟିରୁ ‘ସ୍ତ୍ରୀ-୨’, ଶାହାରୁଖ ଖାନଙ୍କ ଅଭିନୀତ ଜବାନ ଓ ପଠାନ ଫିଲ୍ମର ଆୟ ୧ ହଜାର କୋଟି, ପ୍ରଭାସଙ୍କ ବାହୁବଲୀ-୨ ଫିଲ୍ମ ୧ ହଜାର କୋଟି, ରଣବୀର କପୁରଙ୍କ ଆନିମଲ ଫିଲ୍ମ ୯ ଶହ କୋଟି, କଳ୍କି ୨୮୯୮ ଏଡି ଫିଲ୍ମ ୧ ହଜାର କୋଟି, ଦ କେରଳ ଷ୍ଟୋରୀର ୧୦୦ କୋଟି ରୋଜଗାରକୁ ପଛରେ ପକାଇ ଦେଇଛି ।

କାରଣ ଫିଲ୍ମ ରିଲିଜ ହେବାର ତୃତୀୟ ଶନିବାର ମଧ୍ୟରେ ଏହି ଫଲ୍ମ ଗୁଡିକ ଏତେ ମାତ୍ରାରେ ରୋଜଗାର କରିପାରିନଥିଲେ ।

Comments are closed.