Latest Odisha News

BREAKING NEWS

ହେମା କମିଟି ରିପୋର୍ଟକୁ ନେଇ ମୁହଁ ଖୋଲିଲେ ରଜନୀକାନ୍ତ

ଚେନ୍ନାଇ: ମାଲାୟାଲମ ସିନେ ଜଗତରେ ମହିଳା କଳାକାରଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ହେମା କମିଟି ରିପୋର୍ଟ ଚହଳ ଖେଳାଇ ଦେଇଛି। ସୁପରଷ୍ଟାର ମାମୁତି ଏବଂ ମୋହନଲାଲଙ୍କ ପରେ ମେଗାଷ୍ଟାର ରଜନୀକାନ୍ତ ମଧ୍ୟ ଏସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି।

ହେମା କମିଟି ରିପୋର୍ଟ ଓ ମାଲାୟାଲମ୍ ଫିଲ୍ମ ଜଗତରେ ଉଠିଥିବା ଝଡ କୁ ନେଇ ରଜନୀକାନ୍ତ କହିଛନ୍ତି ଯେ, ମୁଁ ଜାଣି ନାହିଁ। | ମୁଁ ଏହା ବିଷୟରେ କିଛି ଜାଣେ ନାହିଁ, କ୍ଷମା କରିବେ।

ତେବେ ଏହା ପୂର୍ବରୁ ମାଲାୟାଲମ୍ ସୁପରଷ୍ଟାର ମାମୁଟି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ରିପୋର୍ଟକୁ ସମର୍ଥନ କରିଥିଲେ ଏବଂ ସିନେ ଜଗତରେ ଏକ ଉତ୍ତମ କାର୍ଯ୍ୟସ୍ଥଳୀ ପାଇଁ ଆବଶ୍ୟକୀୟ ପରିବର୍ତ୍ତନ କରାଯିବା ନେଇ ସେ ମତ ରଖିଥିଲେ।

Comments are closed.