Latest Odisha News

ସେନା କ୍ୟାମ୍ପ ଉପରେ ଗୁଳିମାଡ଼, ଜଣେ ଯବାନ ଆହତ

ଶ୍ରୀନଗର: ଜମ୍ମୁର ସଞ୍ଜୱାନ ମିଲିଟାରୀ ଷ୍ଟେସନ ଉପରେ ଆତଙ୍କବାଦୀମାନେ ସୋମବାର ଦିନ ଗୁଳିମାଡ଼ କରିଛନ୍ତି। ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଛନ୍ତି।

ଏନେଇ ପ୍ରତିରକ୍ଷା ଅଧିକାରୀମାନେ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ଜମ୍ମୁର ସଞ୍ଜୱାନ ମିଲିଟାରୀ ଷ୍ଟେସନରେ ଆତଙ୍କବାଦୀ ମାନେ ବେସ ବାହାରୁ ଆକ୍ରମଣ କରିଥିଲେ, ଯେଉଁଥିରେ ଜଣେ ଯବାନ ଆହତ ହୋଇଛନ୍ତି।

ଯାହାପରେ ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲିଛି। ତେବେ ଏଠାରେ ୩୬ ଇନଫ୍ରାଣ୍ଟି ବିଗ୍ରେଡ୍ ନିୟୋଜିତ।

ଏହି ଆକ୍ରମଣ ଘଟଣା ପ୍ରଥମ ନୁହେଁ। ଏହାପୂର୍ବରୁ ଫେବୃଆରୀ ୨୦୧୮ରେ ଆତଙ୍କବାଦୀମାନେ ସଞ୍ଜୱାନ ମିଲିଟାରୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ୬ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ସାଧାରଣ ନାଗରିକ ଏବଂ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

Comments are closed.