Latest Odisha News

୩ ଟିଭି ଚ୍ୟାନେଲକୁ ବୟକଟ କଲା ଟିଏମସି

କୋଲକାତା: ୩ ଟିଭି ଚ୍ୟାନେଲକୁ ବୟକଟ କଲା ଟିଏମସି। ବର୍ତ୍ତମାନ ଏହି ତିନିଟି ଟିଭି ନ୍ୟୁଜ ଚ୍ୟାନେଲକୁ ଦଳୀୟ ମୁଖପାତ୍ର ପଠାଇବ ନାହିଁ ଟିଏମସି। ଚ୍ୟାନେଲ ଗୁଡିକ ହେଲା- ଏବିପି ଆନନ୍ଦ, ରିପବ୍ଲିକ ଏବଂ ଟିଭି ୯।

ଚ୍ୟାନେଲ ଗୁଡ଼ିକ ବଙ୍ଗଳା ବିରୋଧୀ ଏଜେଣ୍ଡାର ପ୍ରଚାର ପ୍ରସାର କରୁଥିବା ନେଇ ଅଭିଯୋଗ କରିଛି ଦଳ।

ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଦଳ ସୂଚନା ଦେଇଛି। ବଙ୍ଗଳା ବିରୋଧୀ ଏଜେଣ୍ଡା ପ୍ରଚାର ପ୍ରସାର କରୁଥିବାରୁ ଏଆଇଟିସି ଏହାର ମୁଖପାତ୍ରଙ୍କୁ ଏବିପି ଆନନ୍ଦ, ରିପବ୍ଲିକ୍ ଏବଂ ଟିଭି ୯ଭଳି ମିଡିଆ ଚ୍ୟାନେଲକୁ ନପଠାଇବାକୁ ନିଷ୍ପତ୍ତି ନେଇଛି।

ବଙ୍ଗଳାବାସୀ ବଙ୍ଗଳା ବିରୋଧୀ ମେଣ୍ଟକୁ କ୍ରମାଗତ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ସବୁବେଳେ ପ୍ରଚାର ଅପେକ୍ଷା ସତ୍ୟକୁ ବାଛିଛନ୍ତି ବୋଲି ଟିଏମସି କହିଛି।

Comments are closed.