Latest Odisha News

ବ୍ୟାଡମିଂଟନରେ ଭାରତକୁ ଆଉ ୨ ପଦକ

ପ୍ୟାରିସ: ଚଳିତ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସୋମବାର ମହିଳା ବ୍ୟାଡମିଂଟନ ଖେଳାଳି ପ୍ରଶଂସନୀୟ ପ୍ରଦର୍ଶନ କରି ଆଉ ୨ଟି ପଦକ ଜିତିଛନ୍ତି । ମହିଳା ସିଙ୍ଗଲ୍ସ ଏସୟୁ୫ କାଟାଗୋରୀରେ ଥୁଲାସିମାଥର ମୁରୁଗେସନ ରୌପ୍ୟ ପଦକ ହାସଲ କରିଛନ୍ତି । ଫାଇନାଲରେ ସେ ଚୀନର ୟାଙ୍ଗ କ୍ୟୁ ଜିୟାଙ୍କ ନିକଟରୁ ୧୭-୨୧ ଓ ୧୦-୨୧ରେ ପରାଜିତ ହୋଇ ସ୍ୱର୍ଣ୍ଣ ପଦକ ହାସଲରୁ ବଂଚିତ ହୋଇଥିଲେ । ମନୀଷା ରାମଦାସ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏଥିସହ ଭାରତର ପଦକ ସଂଖ୍ୟା ୧୧ରେ ପଂହଚିଛି ।

ବ୍ୟାଡମିଂଟନର ଭାରତର ଏହା ତୃତୀୟ ପଦକ । ଏହା ପୂର୍ବରୁ ନୀତେଶ କୁମାର ପୁରୁଷ ସିଙ୍ଗଲ୍ସ ଏସଏଲ୩ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ମନୀଷା ଡେନମାର୍କର କ୍ୟାଥେରୀନ ରୋସନଗ୍ରେନଙ୍କୁ ୨୧-୧୨ ଓ ୨୧-୮ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

Comments are closed.