Latest Odisha News

ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ‘ସୂଚନା ଅଧିକାର ଆଇନ’ ପରିସରଭୁକ୍ତ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ମଧ୍ୟ ସୂଚନା ଅଧିକାର (ଆରଟିଆଇ) ଆଇନର ପରିସର ଭୁକ୍ତ ବୋଲି ବୁଧବାର ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ଏହାଏକ ସର୍ବସାଧାରଣ ପ୍ରତିଷ୍ଠାନ । ସ୍ୱଚ୍ଛତା, ନ୍ୟାୟିକ ସ୍ୱାଧିନତାର ପରିପନ୍ଥୀ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ଏହି ଐତିହାସିକ୍ ରାୟ ଶୁଣାଣି କରି କହିଛନ୍ତି ଯେ, ସିଜେଆଇଙ୍କ ଅଫିସ ପବ୍ଲିକ ଅଥରିଟି ଅଟେ । ଏହାକୁ ସୂଚନା ଅଧିକାର ଆଇନକୁ ମଜବୁତ କରିବା ଦିଗରେ ଏକ ବଡ ନିଷ୍ପତି ଧରାଯାଉଛି । ସବୁ ଜଜ୍‌ ଆରଟିଆଇର ପରିସରଭୁକ୍ତ ହେବ । ଏହିପରି ଭାବେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ବଜାୟ ରଖିଛନ୍ତି ସୁପ୍ରିମକୋର୍ଟ ।

ଆଜି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ଏକ ୫ ଜଣିଆ ସମ୍ବିଧାନିକ ବେଞ୍ଚ ଏହି ରାୟ ଶୁଣାଇଛନ୍ତି । ଏହି ବେଞ୍ଚ୍‌ରେ ଥବା ଅନ୍ୟ ସଦସ୍ୟମାନେ ହେଲେ ଜଷ୍ଟିସ ଏନଭି ରମନ୍ନା, ଡିଓ୍ଵାଇ ଚନ୍ଦ୍ରଚୂଡ, ଦୀପକ ଗୁପ୍ତା ଓ ସଂଜୀବ ଖନ୍ନା । ସୁପ୍ରିମକୋର୍ଟ ମାମଲାର ଶୁଣାଣି ଶେଷ କରି ଏପ୍ରିଲ ୪ ତାରିଖରେ ନିଜର ରାୟ ସଂରକ୍ଷିତ ରଖିଥିଲେ ।

ସୂଚନାଯୋଗ୍ୟ, ଏହି ଅପିଲ ସୁପ୍ରିମକୋର୍ଟର ସେକ୍ରେଟରୀ ଜେନେରାଲ ଏବଂ ଶୀର୍ଷ ଅଦାଲତର କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀଙ୍କ ଦ୍ୱାରା ଦିଲ୍ଲୀ ହାଇ କୋର୍ଟରେ ୨୦୦୯ ମସିହାର ସେହି ନିର୍ଦ୍ଦେଶ ବିରୋଧରେ ଦାଖଲ କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ସିଜେଆଇଙ୍କ ପଦ ମଧ୍ୟ ସୂଚନା ଅଧିକାର ଆଇନର ପରିସରଭୁକ୍ତ ହେବା ଦରକାର ।

Comments are closed.