Latest Odisha News

ବିଧାନସଭାରେ ଉଠିଲା ‘ବ୍ଲାକ୍‌ ରୋଜ୍‌’ ପ୍ରସଙ୍ଗ: ପ୍ରଶ୍ନକଲେ ବିଧାୟକ ଅମରେନ୍ଦ୍ର ଦାସ

ଭୁବନେଶ୍ଵର: ବିଧାନସଭାରେ ଉଠିଲା ‘ବ୍ଲାକ୍‌ ରୋଜ୍‌’ ଜାହାଜ ବୁଡ଼ିବା ପ୍ରସଙ୍ଗ । ପ୍ରସଙ୍ଗ ଉଠାଇ ଟାର୍ଗେଟ୍‌ କଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ଖଣି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ‘ବ୍ଲାକ୍‌ ରୋଜ୍‌’ ଜାହାଜ ବୁଡ଼ିବା ପ୍ରସଙ୍ଗ ଉଠାଇଲେ ବିଧାୟକ ଅମରେନ୍ଦ୍ର ଦାସ ।

ବିଧାନସଭା ପ୍ରଶ୍ନକାଳ ବେଳେ ବ୍ଲାକ ରୋଜ ପ୍ରସଙ୍ଗ ଉଠାଇ ପାରାଦୀପ ଉପକୂଳରେ ବୁଡ଼ିଥିବା ବ୍ଲାକରୋଜ୍‌ କାହାର ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ । ଏଥିସହ ଜାହାଜରେ କାହାର ଲୁହାପଥର ଚୋରା ଚାଲାଣ ହେଉଥିଲା, ଜାହାଜର କ୍ୟାପଟେନ୍‌ ମରିଗଲା ନା ମାରିଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ । ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସବୁ ତଥ୍ୟକୁ ଚପାଇବାକୁ ବହୁତ ପ୍ରୟାସ କରାଯାଇଛି । ତେଣୁ ରାଜ୍ୟର ନୂଆ ସରକାରକୁ ଅନୁରୋଧ ତଦନ୍ତ କରି ସଠିକ କାର୍ଯ୍ୟାନୁଷ୍ଠାନ ହେଉ କହିଲେ ବୋଲି କହିଛନ୍ତି ବିଧାୟକ ଅମରେନ୍ଦ୍ର ଦାସ ।

ସୂଚନାଯୋଗ୍ୟ ଯେ, ୨୦୦୯ ମସିହା ସେପ୍ଟେମ୍ବର ୯ ତାରିଖରେ ୨୩,୮୪୭ ମେଟ୍ରିକ୍ ଟନ୍‌ର ଲୁହାପଥର ଏବଂ ୯୨୦ ମେଟ୍ରିକ୍ ଟନ୍‌ର ଫରନେସ୍ ତେଲ ନେଇ ଚୀନ୍ ଅଭିମୁଖେ ଯାଉଥିଲା ଏମ୍. ଭି. ବ୍ଲାକ୍ ରୋଜ୍ ଜାହାଜ । ଭାରସାମ୍ୟ ହରାଇ ପାରାଦୀପ ସମୁଦ୍ର ଉପକୂଳରୁ ୫ କିଲୋମିଟର ଦୂରରେ ସମୁଦ୍ର ପତନରେ ବୁଡ଼ି ଯାଇଥିଲା ଜାହଜଟି । ଏଥିରେ ଜାହାଜର ଜଣେ ଯନ୍ତ୍ରୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା ।

Comments are closed.