Latest Odisha News

ଅସୁରକ୍ଷିତ ଗଜରାଜ : ଆଠଗଡ଼ରେ ପୁଣି ହାତୀ ମୃତ୍ୟୁ

ଗୁଣୁପୁର: ଅସୁରକ୍ଷିତ ଗଜରାଜ। ପୁଣି ଏକ ହାତୀର ମୃତ୍ୟୁ। ଗୁଣୁପୁର ରେଞ୍ଜ ଫୁଲପୁଟି ସାନ ନଦୀ ବ୍ରିଜ୍ ନିକଟରେ ଏକ ମାଇ ହାତୀର ମୃତ ଦେହ ଠାବ କରାଯାଇଛି । କିଛି ଦିନ ହେବ ଦୁଇଟି ହାତୀ ଏହି ଅଞ୍ଚଳରେ ରହୁଥିଲେ। ସେଥି ମଧ୍ୟରୁ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ବନ ବିଭାଗ l ତେବେ ହାତୀ ମୃତ୍ୟୁ କାରଣ ଜଣାପଡିନାହିଁ। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ପୁର୍ବର ଏହି ଅଞ୍ଚଳରେ ଛଅ ଟିକିଆ ହାତୀପଲ ରହିଥିଲେ l ସେହି ଛଅ ଟିକିଆ ହାତୀପଲ ଆନ୍ଧ୍ର ଚାଲିଯାଇଥିବା ସୂଚନା ମିଳିଥିଲା l ତେବେ ଗତବର୍ଷ ଓଡିଶା ସିମାନ୍ତ ଆନ୍ଧ୍ରର ବାତିଲି ନିକଟ କାଟ୍ରାଗଡା ଠାରେ ଏକ ଚାଷ ଜମିରେ ବିଦ୍ୟୁତ୍ ଆଘାତରେ ୪ଟି ହାତୀର ମୃତ୍ୟ ହୋଇଥିଲା। ବଳକା ଦୁଇଟି ହାତୀ ପୁଣି ଗୁଣୁପୁର ରେଞ୍ଜ୍ ଫୁଲପୁଟି ଜଙ୍ଗଲକୁ ଫେରିଥିଲେ। ଆଜି ଏହି ଦୁଇ ହାତୀ ମଧ୍ୟରୁ ଆଉ ଗୋଟିଏ ମାଇ ହାତୀର ମୃତ୍ୟୁ ଘଟିଛି। ତେବେ ବିଦ୍ୟୁତ ଆଘାତରେ ଏହି ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରିଛନ୍ତି ଗୁଣୁପୁର ରେଞ୍ଜର l

ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତ୍ରିରେ ହାତୀ ଦ୍ବୟ ପାଖରେ ଥିବା ବିଭିନ୍ନ ଚାଷ ଜମିରେ ପଶିଥିଲେ l ସାଇପନୀ ଶବରର ବାଡ ଭିତରେ ଥିବା ବିଦ୍ୟୁତ୍ ଖୁଣ୍ଟ ଓପାଡିବା ସହ କିଛି କୁଡିଆ ଭାଙ୍ଗିଥିଲେ ହାତୀ ଦ୍ବୟ l

Comments are closed.