Latest Odisha News

ଭଦ୍ରକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ: ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର: ଭଦ୍ରକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ l ଏଥିସହ ପାରାଦୀପରେ ମେଗା ଫିଡ୍ କ୍ରାକର୍ ପ୍ଲାଣ୍ଟ ମଧ୍ୟ ପ୍ରତିଷ୍ଠା ହେବ l ପ୍ଲାଣ୍ଟର ବାୟୋ ପ୍ରଡକ୍ଟ ଭଦ୍ରକ ଟେକ୍ସଟାଇଲ ପାର୍କରେ ବ୍ୟବହାର କରାଯିବ । ଆଇଓସିଏଲ ସହ ମିଳିତ ଭାବେ ଏହି କାମ ହେବ ବୋଲି ବିଧାନସଭାରେ ବିବୃତ୍ତି ରଖିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ।

ସେ କହିଛନ୍ତି ଯେ, ରାଜ୍ୟରେ ଅଧିକ ସଂଖ୍ଯକ ଏମଏସଏମଇ ପାର୍କ ପ୍ରତିଷ୍ଠା ହେବ । ଏମଏସଏମଇ ୟୁନିଟ ବଢିଲେ ହିଁ ନିଯୁକ୍ତି ସୁଯୋଗ ବଢିବ । ଏମଏସଏମଇ ନୀତି ୨୦୨୨ ଅନୁସାରେ ଶିକ୍ଷିତ ଯନ୍ତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ କାମ ଚାଲିଛି । ଯୁବତୀ ଯେପରି ଅଧିକ ରୋଜଗାର ପାଇବେ ସେ ନେଇ ରାଜ୍ୟ ସରକାର କାମ କରୁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁଦକ୍ଷା ଯୋଜନାରେ ସେମାନଙ୍କ ଶିକ୍ଷା ଓ ବୈଷୟିକ ତାଲିମ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଛାତ୍ରୀବାସରେ ରଖି ବୃତ୍ତି ଦିଆଯାଉଛି । ଏହାକୁ ପୋଷ୍ଟ ମାଟ୍ରିକ ବୃତ୍ତି ଆକାରରେ ଦିଆଯାଉଛି । ସ୍କିଲ ଡେଭଲପମେଣ୍ଟ ସେଣ୍ଟରକୁ ବି ଏହି ଦାୟିତ୍ୱ ଦିଆଯାଇଛି ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ।

Comments are closed.