Latest Odisha News

‘ଜଳ ସଞ୍ଚୟ ଜନ ଭାଗିଦାରୀ’ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ସୁରଟଠାରେ ‘ଜଳ ସଞ୍ଚୟ ଜନ ଭାଗିଦାରୀ’ ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଅଧୀନରେ ବର୍ଷା ଜଳ ସଂରକ୍ଷଣ ବୃଦ୍ଧି ଏବଂ ଦୀର୍ଘକାଳୀନ ଜଳ ସ୍ଥାୟୀତା ସୁନିଶ୍ଚିତ କରିବା ପାଇଁ ସାରା ରାଜ୍ୟରେ ପ୍ରାୟ ୨୪,୮୦୦ ବର୍ଷା ଜଳ ସଂରକ୍ଷଣ ଢାଞ୍ଚା ନିର୍ମାଣ କରାଯାଉଛି ।

ଜଳ ନିରାପତ୍ତା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ଆଗକୁ ବଢ଼ାଇବା ପାଇଁ ‘ଜଳ ସଞ୍ଚୟ ଜନ ଭାଗିଦାରୀ’ କାର୍ଯ୍ୟକ୍ରମ ରେ ସାମୂହିକ ଭାଗିଦାରୀ ଏବଂ ମାଲିକାନା ଉପରେ ଗୁରୁତ୍ୱ ଦେବା ସହିତ ଜଳ ସଂରକ୍ଷଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଏକ ସମଗ୍ର ସମାଜ ଏବଂ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ଦ୍ୱାରା ପରିଚାଳିତ । ଗୁଜରାଟ ସରକାରଙ୍କ ନେତୃତ୍ୱରେ ଜଳ ସଞ୍ଚୟ କାର୍ଯ୍ୟକ୍ରମର ସଫଳତାକୁ ଆଧାର କରି ଜଳ ଶକ୍ତି ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ସହଯୋଗରେ ଗୁଜୁରାଟରେ ‘ଜଳ ସଞ୍ଚୟ ଜନ ଭାଗିଦାରୀ’ ଅଭିଯାନ ଆରମ୍ଭ ହୋଇଛି। ଜଳ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଗୁଜୁରାଟ ସରକାର ନାଗରିକ, ସ୍ଥାନୀୟ ସଂସ୍ଥା, ଶିଳ୍ପ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ଏକାଠି କରିବାକୁ ପ୍ରୟାସ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟରେ ପ୍ରାୟ ୨୪,୮୦୦ ବର୍ଷା ଜଳ ସଂରକ୍ଷଣ ଢାଞ୍ଚା ଗୋଷ୍ଠୀ ସହଭାଗିତାରେ ନିର୍ମାଣ କରାଯାଉଛି। ଏହି ରିଚାର୍ଜ ଢାଞ୍ଚା ବର୍ଷା ଜଳ ସଂରକ୍ଷଣ ବୃଦ୍ଧି ଏବଂ ଦୀର୍ଘକାଳୀନ ଜଳ ସ୍ଥାୟୀତାକୁ ସୁନିଶ୍ଚିତ କରିବାରେ ସହାୟକ ହେବ ।

Comments are closed.