Latest Odisha News

ଦୁନିଆର ସବୁଠାରୁ ମହଙ୍ଗା ପରଫ୍ୟୁମ

ଭୁବନେଶ୍ଵର: ସାଧାରଣତଃ ଆଜିକାଲି ପ୍ରାୟ ସମସ୍ତେ ପରଫ୍ୟୁମ ବ୍ୟବହାର କରନ୍ତି । ପରଫ୍ୟୁମର ସୁଗନ୍ଧରେ ଜଣେ ବ୍ୟକ୍ତି ତାଜା ଅନୁଭବ କରେ । କେବଳ ଏତିକି ନୁହେଁ, ଦେହରୁ ଆସୁଥିବା ଗନ୍ଧ ମଧ୍ୟ କେତେକାଂଶରେ ଦୁର କରିଥାଏ ଏହି ପରଫ୍ୟୁମ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ସବୁଠୁ ଦାମୀ ପରଫ୍ୟୁମ କିପରି ତିଆରି ହୁଏ ଏବଂ ଏହାକୁ ତିଆରି କରିବାର ପଦ୍ଧତି କ’ଣ? ଆସନ୍ତୁ ଜାଣିବା ସେ ବିଷୟରେ…

ବିଶ୍ଵର ପ୍ରାୟ ସବୁ ଅଞ୍ଚଳରେ ଆମକୁ ପରଫ୍ୟୁମ ମିଳିଥାଏ । ବିଭିନ୍ନ ଭେରାଇଟ ଏବଂ ବିଭିନ୍ନ ସୁଗନ୍ଧରେ ଭରପୁର ଥାଏ ଏହି ପରଫ୍ୟୁମ । ଆଜିକାଲି ଅଧିକାଂଶ ଲୋକ ଏହି ପରଫ୍ୟୁମ ବ୍ୟବହାର କରନ୍ତି | କାରଣ ପରଫ୍ୟୁମର ସୁଗନ୍ଧରେ ସମାନେ ସତେଜ ଅନୁଭବ କରନ୍ତି । ଆଜିକାଲି, ଲୋକଙ୍କ ପାଖରେ ଅତି କମରେ ୩-୪ଟି ପରଫ୍ୟୁମ ତ ଥିବ ନିଶ୍ଚୟ । ସେଗୁଡିକ ଭିନ୍ନ ଭିନ୍ନ ସୁଗନ୍ଧ ସହ ସେଗୁଡିକ ବ୍ୟବହାର କରିବାର ସମୟ ମଧ୍ୟ ଭିନ୍ନ । କେତେକ ପରଫ୍ୟୁମ ତା ସୁଗନ୍ଧ ପାଇଁ ଲୋକପ୍ରିୟ ହୋଇଥାଏ ତ କେତେକ ପରଫ୍ୟୁମ ତାର ଦାମ୍ ପାଇଁ ଲୋକପ୍ରିୟ ହୋଇଥାଏ । କିନ୍ତୁ ଏସମସ୍ତ ପଛରେ ସବୁଠାରୁ ଗୁରୁତ୍ଵପୁର୍ଣ୍ଣ ଭୁମିକା ତୁଲାଇଥାଏ ପରଫ୍ୟୁମରେ ମିଶାଯାଉଥିବା ଆବଶ୍ୟକୀୟ ସାମଗ୍ରୀ ।

ନେଚୁରାଲ ମସ୍କ, ଯାହାକୁ ହିନ୍ଦୀରେ କସ୍ତୁରୀ କୁହାଯାଏ । ଦୁନିଆର ସବୁଠାରୁ ମହଙ୍ଗା ପରଫ୍ୟୁମ ଏହି କସ୍ତୁରୀରୁ ହିଁ ତିଆରି ହୋଇଥାଏ । କସ୍ତୁରୀରେ ସିନ୍ଥେଟିକ୍ ସୁଗନ୍ଧ ମିଶାଯାଇ ପ୍ରସ୍ତୁତ କରାଯାଏ ଦୁନିଆର ସବୁଠାରୁ ମହଙ୍ଗା ପରଫ୍ୟୁମ । କସ୍ତୁରୀ, ଯାହା କସ୍ତୁରୀ ମୃଗ ଠାରୁ ଆସିଥାଏ । ସତେଜ କସ୍ତୁରୀ ଅର୍ଦ୍ଧ-ତରଳ ଅବସ୍ଥାରେ ଥାଏ, କିନ୍ତୁ ଶୁଖିଗଲେ ଏହା ପାଉଡର ପରି ହୋଇଯାଏ । କସ୍ତୁରୀ ମୃଗ ଠାରୁ ଏହି କସ୍ତୁରୀ ସଂଗ୍ରହ କରିବା ପାଇଁ ପ୍ରଥମେ କସ୍ତୁରୀ ମୃଗକୁ ମାରିବାକୁ ପଡିଥାଏ । ଯାହା ଆଇନଗତ ଅପରାଧ । ତଥାପି ଏହି ପରଫ୍ୟୁମର ଚାହିଦା ମେଣ୍ଟାଇବାକୁ ମୃଗଠାରୁ କସ୍ତୁରୀ ସଂଗ୍ରହ କରାଯାଇ ଏହି ପରଫ୍ୟୁମ ତିଆରି କରାଯାଏ । ଯେଉଁଥିପାଇଁ ଏହାର ଦର ସବୁ ପରଫ୍ୟୁମ ଦର ଠାରୁ ଅଧିକ ହୋଇଥାଏ ।

 

 

Comments are closed.