Latest Odisha News

‘ରାଫେଲ ରିଭ୍ୟୁ ପିଟିସନ’କୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଫ୍ରାନ୍ସର ଡସଲ୍ଟ ଏଭିଏସନ୍ଠଠାରୁ ରାଫେଲ୍‌ ଲଢୁଆ ବିମାନ କ୍ରୟ ବାବଦରେ ଏନ୍‌ଡିଏ ସରକାରଙ୍କୁ ସୁପ୍ରିମ୍‌ କୋର୍ଟ ଦେଇଥିବା କ୍ଲିନ୍‌ ଚିଟ୍‌ର ପୁନଃ ସମୀକ୍ଷା ପାଇଁ ଦାଏର କରାଯାଇଥିବା ପିଟିସନ୍‌ଗୁଡ଼ିକୁ ଗୁରୁବରଦିନ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି।

ମେ ୧୦ ତାରିଖ ଦିନ ରାଫେଲ ରିଭ୍ୟୁ ପିଟିସନ୍‌ ସମ୍ବନ୍ଧୀୟ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ କୋର୍ଟ । ଯେଉଁଥିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୋବନ୍ତ ସିହ୍ନା ଏବଂ ଅରୁଣ ସୌରି ଓ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଆଦି
ସୁପ୍ରିମକୋର୍ଟଙ୍କ ରାୟକୁ ପୁନଃ ସମୀକ୍ଷା କରିବାକୁ ଏହି ପିଟିସନ୍‌ଗୁଡ଼ିକରେ ଅନୁରୋଧ କରାଯାଇଥିଲା। ୩୬ଟି ରାଫେଲ୍‌ ଜେଟ୍‌ ଖରିଦ କରାଯିବାରେ ସଠିକ ପ୍ରକ୍ରିୟା ଅନୁରଣ କରାଯାଇଥିବା କଥା ଡିସେମ୍ବର ୨୦୧୮ ରାୟରେ କୁହାଯାଇଥିଲା।

ସୂଚନାଯୋଗ୍ୟ, ଫରାସୀ ବିମାନ ନିର୍ମାତା ଡସଲ୍ଟ ଏଭିଏସନ୍‌ ସହ ହୋଇଥିବା ୫୯, ୦୦୦ କୋଟି ଟଙ୍କାର ରାଫେଲ୍‌ ଲଢୁଆ ବିମାନ କ୍ରୟ ରାଜିନାମାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଅଦାଲତ ତତ୍ତ୍ୱାବଧାନରେ ଏହାର ତଦନ୍ତ କରାଯାଉବୋଲି ହୋଇଥିବା ଆବେଦନକୁ ଡିସେମ୍ବର ୨୦୧୮ ରାୟରେ ଖାରଜ କରାଯାଇଥିଲା।

Comments are closed.