Latest Odisha News

BREAKING NEWS

୫ ଆନ୍ତଃରାଜ୍ୟ ମୋବାଇଲ ଲୁଟେରା ଗିରଫ

ଜୟପୁର: କୋରାପୁଟ ଜୟପୁର ପୋଲିସ ଆଜି ଏକ ଆନ୍ତଃରାଜ୍ୟ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ଏହି ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୫୦ଟି ମୋବାଇଲ୍‌ ଜବତ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୩ଜଣ ଝାଡଖଣ୍ଡର ହୋଇଥିବା ବେଳେ ବାକି ୨ଜଣ ପଶ୍ଚିମବଙ୍ଗର ଅଟନ୍ତି ।

ଗତ ୬ ଓ ୭ ତାରିଖରେ ଜୟପୁର ଦୈନିକ ବଜାରରେ ୧୨ଟି ମୋବାଇଲ ଚୋରି ହୋଇଥିଲା। ଏନେଇ ଟାଉନ  ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ସିସି ଫୁଟେଜ ଓ ସ୍ଥାନୀୟ  ଲୋକଙ୍କ ତଥ୍ୟ ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଏସ୍ପିଙ୍କ ନିଦ୍ଦେଷ କ୍ରମେ ଏକ  ସ୍ୱତନ୍ତ୍ର ଗଠନ କରାଯାଇଥିଲେ । ସେହି ଟିମ୍ ଝାରସୁଗୁଡାକୁ ଯାଇ ସେଠାରେ ଏହି ୫ ଲୁଟେରାଙ୍କୁ କାବୁ କରିଥିଲା । ଏହି ଲୁଟେରାମାନେ ମୋବାଇଲ ଚୋରି କରି ପଶ୍ଚିମବଙ୍ଗରେ ବିକ୍ରି କରୁଥିଲେ । ସେଠାରୁ ବାଂଲାଦେଶ ଯାଉଥିଲା ସେହି ସମସ୍ତ ମୋବାଇଲ ବୋଲି ସୂଚନା ଦେଇଛନ୍ତି ଏସଡିପିଓ ।

ସେପଟେ ଜବତ ୫୦ଟି ମୋବାଇଲରୁ ୧୨ଟି ମୋବାଇଲ ମାଲିକଙ୍କ ମାଲିକାନା ଯାଞ୍ଚ କରି ହସ୍ତାନ୍ତର କରାଯାଇଛି । ଅନ୍ୟ ମୋବାଇଲ ସବୁ ଯାଞ୍ଚ କରାଯାଇ ମାଲିକକୁ ଫୋନ କରାଯିବ । ଆସିଲେ ଦିଆଯିବ ନଚେତ ଡାକ ଯୋଗେ ପଠାଯିବ ବୋଲି ଏସଡିପିଓ ବର୍ମା ସୁଚନା ଦେଇଛନ୍ତି ।

Comments are closed.