Latest Odisha News

BREAKING NEWS

ସାମ୍ନାକୁ ଆସିଲା ଅଜୟ ଦେବଗନଙ୍କ ‘ରେଡ୍ ୨’ର ନୂଆ ରିଲିଜ ଡେଟ୍

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅନେକ ସୁପରହିଟ୍ ଫିଲ୍ମ ମଧ୍ୟରେ ‘ରେଡ୍’ର ନାମ ମଧ୍ୟ ଅନ୍ତର୍ଭୁକ୍ତ । ତାଙ୍କର ଆଗାମୀ ଚଳଚ୍ଚିତ୍ର ଗୁଡ଼ିକରେ ‘ରେଡ୍ ୨’ ମଧ୍ୟ ରହିଛି ଯାହାକି ଚଳିତ ବର୍ଷ ରିଲିଜ୍ ହେବାର ଥିଲା । ନଭେମ୍ବର ୨୦୨୪ରେ ଏହି ଚଳଚ୍ଚିତ୍ର ରିଲିଜ ହେବାକୁ ଥିବାବେଳେ ପ୍ରଶଂସକମାନେ ଉତ୍ସାହର ସହିତ ଏହାକୁ ଅପେକ୍ଷା କରିଥିଲେ । କିନ୍ତୁ ବର୍ତ୍ତମାନ ଫିଲ୍ମର ନୂଆ ରିଲିଜ୍ ଡେଟ୍ ପ୍ରକାଶ ପାଇଛି । ଏଥିସହ ଫିଲ୍ମର ଅନ୍ୟ ଷ୍ଟାରକାଷ୍ଟ ଉପରୁ ମଧ୍ୟ ପରଦା ଉଠାଯାଇଛି।

ଦୁର୍ନୀତିକୁ ନେଇ ‘ରେଡ୍’ ଏକ ଏପରି ଚଳଚ୍ଚିତ୍ର ଥିଲା ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ଏହି ଚଳଚ୍ଚିତ୍ରକୁ ଲୋକମାନେ ଏତେ ମାତ୍ରାରେ ପସନ୍ଦ କରିଥିଲେ ଯେ ବର୍ତ୍ତମାନ ଏହାର ଦ୍ୱିତୀୟ ଭାଗ ଆସିବାକୁ ଯାଉଛି । ତରନ୍ ଆଦର୍ଶ ନିଜ X ହ୍ୟାଣ୍ଡେଲରେ ଏକ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ‘ରେଡ୍ ୨’ ର ନୂଆ ରିଲିଜ୍ ଡେଟ୍ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ର ୨୦୨୫ ଫେବୃଆରୀ ୨୧ରେ ପ୍ରେକ୍ଷାଳୟକୁ ଆସିବ । ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସହ ରିତେଶ ଦେଶମୁଖ, ବାନି କପୁର ଏବଂ ରଜତ କପୁର ମଧ୍ୟ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଦିଲ୍ଲୀ ଏବଂ ଲକ୍ଷ୍ନୌରେ ସୁଟିଂ କରାଯାଇଛି ।

ଅଜୟ ଦେବଗନଙ୍କ ଅଭିନୀତ ଅମୟ ପଟ୍ଟନାୟକଙ୍କ ଫିଲ୍ମ ‘ରେଡ୍ ୨’ରେ ଅଜୟ ଦେବଗନ ଜଣେ ଆଇଆରଏସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି । ‘ରେଡ୍ ୨’ରେ ଦୁର୍ନୀତିର କାହାଣୀ ଏକ ନୂଆ ଶୈଳୀରେ ପ୍ରଦର୍ଶିତ ହେବ । ରାଜ କୁନ୍ଦ୍ରା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଭୂଷଣ କୁମାର, କୁମାର ମଙ୍ଗଟ ପାଠକ, ଅଭିଷେକ ପାଠକ ଏବଂ କୃଷ୍ଣ କୁମାର ଏହି ଫିଲ୍ମ ପ୍ରଡ୍ୟୁସ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦୧୮ ମସିହା ମାର୍ଚ୍ଚ ୧୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଅଜୟ ଦେବଗନଙ୍କ ସୁପରହିଟ୍ ଚଳଚ୍ଚିତ୍ର ‘ରେଡ୍’ । ଚଳଚ୍ଚିତ୍ରଟି ବିଶ୍ୱ ବକ୍ସ ଅଫିସରେ ୧୫୪.୧୯ କୋଟି ଟଙ୍କା ସଂଗ୍ରହ କରିଥିଲା । ଏବେ ଦୀର୍ଘ ୬ ବର୍ଷ ପରେ ରେଡର ସିକ୍ବେଲ ନେଇ ପୁଣି ବଡ ପରଦାରେ ଧମାକା କରିବାକୁ ଆସୁଛନ୍ତି ଅଭିନେତା ଅଜୟ ଦେବଗନ୍।

Comments are closed.