Latest Odisha News

BREAKING NEWS

ଭନଙ୍କୁ ଗାଭାସ୍କରଙ୍କ କଡା ସମାଲୋଚନା: ସଚିନଙ୍କ ନାମରେ ରେକର୍ଡ ରହିବା କଣ ଭୁଲ କଥା

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଖେଳାଳି ସୁନୀଲ ଗାଭାସ୍କର ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ଏକ ବୟାନ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କିଛି ଦିନ ତଳେ ଭନ କହିଥିଲେ ଜୋ ରୁଟ ସହଜରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ । ଏହା ନିଶ୍ଚିତ ଭାବେ ଟେଷ୍ଟ କ୍ରିକେଟକୁ ନୂଆ ଦିଗ ପ୍ରଦାନ କରିବ । ଅବଶ୍ୟ ବିସିସିଆଇ କ୍ଷମତା ବଳରେ ସଚିନଙ୍କ ରେକର୍ଡ ଆଉ ଜଣେ ଭାରତୀୟ କିପରି ଭାଙ୍ଗିବେ ତାହା ନିଶ୍ଚିତ ଭାବେ ଚେଷ୍ଟା କରିବେ । ଏହି ବୟାନ ଉପରେ ଗାଭାସ୍କର କହିଛନ୍ତି ଯେ, ଭାରତର ଆଲୋଚନାର ଜବାବ ସମ୍ପୂର୍ଣ୍ଣ ଭାବେ ଆକ୍ରମଣାତ୍ମକ ଢ଼ଙ୍ଗରେ ଦିଆଯିବା ଉଚିତ ।

ସଚିନ ତେନ୍ଦୁଲକରଙ୍କ ନାମରେ ରେକର୍ଡ ରହିବା କଣ ଖରାପ କଥା । ଏହି ରେକର୍ଡ ଭାଙ୍ଗିଗଲେ କଣ ଟେଷ୍ଟ କ୍ରିକେଟ ସ୍ତର ଉପରକୁ ଉଠିଯିବ । ଏହି ହାସ୍ୟସ୍ପଦ ଧାରଣା ବଦଳିବା ଦରକାର । ବିସିସିଆଇ ଟେଷ୍ଟ କ୍ରିକେଟକୁ ପସନ୍ଦ କରୁ ନଥିବା ଏକ ଧାରଣା ସୃଷ୍ଟି କରାଯାଉଛି । ପ୍ରତ୍ୟେକ ସିଜନରେ ଭାରତ ଅଧିକରୁ ଅଧିକ ଟେଷ୍ଟ ଖେଳୁଛି । ଆଇପିଏଲର ଆଶ୍ଚର୍ଯ୍ୟଜନକ ସଫଳତା ଅନେକଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି ବୋଲି ଗାଭାସ୍କର କହିଛନ୍ତି ।

Comments are closed.