Latest Odisha News

ଜାତୀୟ ସିନିୟର ସନ୍ତରଣ ଚାମ୍ପିୟନଶିପ: ଓଡିଶାର ଶ୍ରେଷ୍ଠ ପ୍ରଦର୍ଶନ

ଭୁବନେଶ୍ୱର: ମାଙ୍ଗାଲୋରରେ ଅନୁଷ୍ଠିତ ଜାତୀୟ ସିନିୟର ସନ୍ତରଣ ଚାମ୍ପିୟନଶିପରେ ଓଡିଶା ଶ୍ରେଷ୍ଠ ପ୍ରଦର୍ଶନ କରି ଅଭିଯାନ ଶେଷ କରିଛି । ଓଭରାଲ ୬ ପଦକ ( ୧ ସ୍ୱର୍ଣ୍ଣ, ୪ ରୌପ୍ୟ, ୧ ବ୍ରୋଞ୍ଜ)ସହ ଟିମ ଓଡିଶା ୮ମ ସ୍ଥାନରେ ରହିଛି । ଅନ୍ତିମ ଦିବସରେ ଓଡିଶା ପ୍ରତିଯୋଗୀ ୩ ରୌପ୍ୟ ପଦକ ଜିତିଥିଲେ । ୨୦୦ ମିଟର ବ୍ୟାକଷ୍ଟ୍ରୋକରେ ପ୍ରତ୍ୟୁଷା ରାୟ ୨:୨୪.୨୯ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏହା ତାଙ୍କର ବ୍ୟକ୍ତିଗତ ଦ୍ୱିତୀୟ ରୌପ୍ୟ ଏବଂ ଓଭରାଲ ୪ର୍ଥ ପଦକ । ମନ୍ନତ ମିଶ୍ର ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକରେ ୧:୧୪.୬୬ ସେକେଣ୍ଡ ସମୟ ନେଇ ରେସ ସମ୍ପୂର୍ଣ୍ଣ କରିଥିଲେ । ଏହା ତାଙ୍କର ବ୍ୟକ୍ତିଗତ ପ୍ରଥମ ଜାତୀୟ ପଦକ ଏବଂ ଓଭରାଲ ତୃତୀୟ ପଦକ । ସୃଷ୍ଟି ଉପାଧ୍ୟାୟ ୧୦୦ ମିଟର ବଟରଫ୍ଲାଏ ଇଭେଂଟରେ ଓଡିଶା ପାଇଁ ତୃତୀୟ ପଦକ ଜିତିଥିଲେ । ସେ ୧:୦୪.୨୪ ସେକେଣ୍ଡ ସମୟ ନେଇଥିଲେ । ସୃଷ୍ଟିଙ୍କ ମଧ୍ୟ ଏହା ପ୍ରଥମ ଜାତୀୟ ପଦକ ।

୭୬ଟି ସଂସ୍କରଣରେ ଗୋଟିଏ ପଦକ ଆମେ ଜିତି ପାରି ନ ଥିବା ବେଳେ ୭୭ତମ ଚାମ୍ପିୟନଶିପରେ ୬ ପଦକ ଜିତିବା ସ୍ୱପ୍ନ ସାକାର ହେବା ସଦୃଶ । ଏହି ଚାମ୍ପିୟନଶିପରେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରତ୍ୟୁଷା, ମନ୍ନତ, ଦିବ୍ୟାଙ୍କ, ସୋନିଆ ଓ ମୁଁ କଠିନ ପରିଶ୍ରମ କରୁଥିଲି ବୋଲି ସୃଷ୍ଟି କହିଛନ୍ତି । ଓଡିଶା-ଜେଏସଡବ୍ଲ୍ୟୁ ସନ୍ତରଣ ହାଇ ପରଫର୍ମାନ୍ସ ସେଂଟରରେ ସମସ୍ତ ଖେଳାଳି ପ୍ରଶିକ୍ଷଣ ନେଉଛନ୍ତି । ରାଜ୍ୟ ସନ୍ତରଣ ଆସୋସିଏଶନ ଓ ରାଜ୍ୟ ସରକାରଙ୍କ ସହଯୋଗ ପ୍ରଶଂସନୀୟ ରହିଥିବା ପ୍ରତିଯୋଗୀମାନେ କହିଛନ୍ତି ।

Comments are closed.