Latest Odisha News

ଇତିହାସ ରଚିଲା ଆଫଗାନିସ୍ତାନ କ୍ରିକେଟ ଟିମ

ଶାରଜା: ଆଫଗାନିସ୍ତାନ କ୍ରିକେଟ ଟିମ ଗୁରୁବାର ଇତିହାସ ରଚିଛି । ଶାରଜାରେ ଦଳ ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ଦିନିକିଆ କ୍ରିକେଟରେ ପରାଜିତ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ସେମାନଙ୍କର ପ୍ରଥମ ଆନ୍ତର୍ଜାତୀୟ ବିଜୟ ।  ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୦୬ ରନରରେ ଅଲଆଉଟ ହୋଇ ଯାଇଥିଲା । ଫଜଲହକ ଫାରୁକୀ ୪ଟି, ଅଲ୍ଲାହ ଧଜନକର ୩ଟି ଓ ରଶିଦ ଖାଁ ୨ଟି ୱିକେଟ ଅକ୍ତିଆର କରିଥିଲେ । ପରେ ୨୬ ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଆଫଗାନିସ୍ତାନ ୧-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ଟି୨୦ ବିଶ୍ୱକପ ପରାଜୟର ମଧୂର ପ୍ରତିଶୋଧ ମଧ୍ୟ ଦଳ ନେଇଛି । ସେପ୍ଟ୍‌ମ୍ବର ୨୦ରେ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ । ଆଫଗାନିସ୍ତାନର ପ୍ରଦର୍ଶନ ଏବେ ଆନ୍ତର୍ଜାତୀୟସ୍ତରରେ ସମସ୍ତଙ୍କୁ ପ୍ରଭାବିତ କରୁଛି ।

Leave A Reply

Your email address will not be published.