Latest Odisha News

BREAKING NEWS

ଲେଜେଣ୍ଡସ ଲିଗ କ୍ରିକେଟ ପାଇଁ କୋଣାର୍କ ସୂର୍ଯ୍ୟସ ଓଡିଶା ପ୍ରସ୍ତୁତ: ଇରଫାନ ପଠାନ

ଯୋଧପୁର: ଲିଜେଣ୍ଡସ ଲିଗ କ୍ରିକେଟ ଟୁର୍ଣ୍ଣାମେଂଟରେ କୋଣାର୍କ ସୂର୍ଯ୍ୟସ ଓଡିଶା ଟିମ ଭଲ ପ୍ରଦର୍ଶନ କରିବ ବୋଲି ଅଧିନାୟକ ତଥା ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ଦୃଢ଼ତା ସହକାରେ କହିଛନ୍ତି । ଓଡିଶାର ଲୋକେ ଖେଳ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ସେ କହିଛନ୍ତି । ଗତ ସଂସ୍କରଣର ଚାମ୍ପିୟନ ମଣିପାଲ ଟାଇଗର୍ସ ବିପକ୍ଷରେ ଆମେ ଅଭିଯାନ ଆରମ୍ଭ କରିବୁ । ପ୍ରଫେଶନାଲ କ୍ରିକେଟରେ ସମସ୍ତ ଖେଳାଳି ସେମାନଙ୍କ ଭୂମିକାକୁ ଭଲ ଭାବେ ଜାଣିଥାନ୍ତି । ଆମ ଟିମରେ ରସ ଟେଲର ଓ ଫିଡେଲ ଏଡୱାର୍ଡ୍ସଙ୍କ ପରି ଖେଳାଳି ରହିଛନ୍ତି । ଓଡିଶା ନୂତନ ଟିମ ହେଲେ ମଧ୍ୟ ଦଳରେ ଅଭିଜ୍ଞତା ରହିଛି ବୋଲି ପଠାନ କହିଛନ୍ତି । ଏହି ଦଳରେ ଓଡ଼ିଶାରୁ ପୂର୍ବତନ ରଣଜୀ ତାରକା ନଟରାଜ ବେହେରାଙ୍କ ସହ ୪ଜଣ ଓଡିଆ ରହିଛନ୍ତି।

ଏଥିରେ ନଟରାଜ ଖେଳାଳି ଭାବେ ସ୍ଥାନ ପାଇଥିଲା ବେଳେ ଦୀପକ ମଙ୍ଗରାଜ ସହଯୋଗୀ ପ୍ରଶିକ୍ଷକ, ଅରବିନ୍ଦ ସିଂହ ଫିଲ୍ଡିଂ ପ୍ରଶିକ୍ଷକ ଏବଂ ସରୋଜ ବାରିକ ସହକାରୀ ବୋଲିଂ ପ୍ରଶିକ୍ଷକ ରହିଛନ୍ତି। ଏମାନଙ୍କ ବ୍ୟତୀତ ଅଧିନାୟକଙ୍କ ବଡଭାଇ ୟୁସୁଫ ପଠାନ, ଅମ୍ବାତି ରାୟୁଡୁ, ପେସର ବିନୟ କୁମାର, ଡିବେଶ ପଠାନିଆ, ବାମହାତି ସ୍ପିନର ଶାହବାଜ୍ ନଦୀମ, କେପି ଅପନ୍ନା, ଲେଗ୍ ସ୍ପିନର ପ୍ରବୀଣ ତମ୍ବେ ଏବଂ ବ୍ୟାଟର ରେଜେଶ ବିଷ୍ନୋଇ ଅଂଶ ଗ୍ରହଣ କରିବେ । ସେହିପରି ଅନ୍ୟ ଦେଶର ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଓ୍ବେଷ୍ଟ ଇଣ୍ଡିଜର ନବୀନ ଷ୍ଟୁଆର୍ଟ ଏବଂ ପେସର ଫିଡେଲ ଫିଡେଲ ଏଡଓ୍ବାର୍ଡସ୍, ନ୍ୟୁଜିଲାଣ୍ଡର ରସ୍ ଟେଲର, ଦକ୍ଷିଣ ଆଫ୍ରିକାର ରିଚାର୍ଡ ଲେଭି, ଆଇରଲାଣ୍ଡର କେଭିନ୍ ଓ’ବ୍ରାଇନ୍, ଶ୍ରୀଲଙ୍କାର ଡି. ମୁନାଓ୍ବେରା ଓ ଅଷ୍ଟ୍ରେଲିଆର ଲଗ୍ଲିନ୍ ।

Leave A Reply

Your email address will not be published.