Latest Odisha News

ଇଣ୍ଡିଆ ଏ ଜିିତିଲା ଦୁଲୀଫ ଟ୍ରଫି ଟାଇଟଲ

ଅନନ୍ତପୁର: ଇଣ୍ଡିଆ ଏ ଦୁଲୀପ ଟ୍ରଫି ୨୦୨୪ ସଂସ୍କରଣର ଟାଇଟଲ ହାସଲ କରିଛି । ରବିବାର ଫାଇନାଲ ରାଉଣ୍ଡ ମୁକାବିଲାରେ ଇଣ୍ଡିଆ ଏ ୧୩୨ ରନରେ ଇଣ୍ଡିଆ ସିକୁ ପରାସ୍ତ କରିଥିଲା । ଶାସ୍ୱତ ରାଉତ ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ମାରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏଥର ଦୁଲୀପ ଟ୍ରଫି ନୂତନ ଫର୍ମାଟରେ ଖେଳାଯାଇଥିଲା । ପ୍ରଥମ ଥର କୌଣସି ନକଆଉଟ ମ୍ୟାଚ ଖେଳା ନ ଯାଇ ପଂଏଟ ଟେବୁଲରେ ଶୀର୍ଷରେ ରହିଥିବା ଟିମକୁ ଚାମ୍ପିୟନ ଘୋଷିତ କରାଯାଇଥିଲା । ରବିବାର ଘୋଷଣା କରାଯାଇଥିବା ଅନ୍ୟ ଏକ ମ୍ୟାଚରେ ଇଣ୍ଡିଆ ଡି ୨୫୭ ରନରେ ଇଣ୍ଡିଆ ବିକୁ ପରାସ୍ତ କରିଥିଲା ।

ଇଣ୍ଡିଆ ଏ ୩ ମ୍ୟାଚରେ ୧୨ ପଂଏଟ ହାସଲ କରିଥିବା ବେଳେ ଇଣ୍ଡିଆ ସି ୯, ଇଣ୍ଡିଆ ବି ୭ ଓ ଇଣ୍ଡିଆ ଡି କୌଣସି ପଂଏଟ ଅର୍ଜନ କରିପାରି ନାହିଁ । ଇଣ୍ଡିଆ ଏ ପ୍ରଥମେ ବ୍ୟାଟିଂ କରି ୨୯୭ ରନ କରିଥିଲା । ଶାସ୍ୱତ ୧୨୪ ରନର ଇନିଂସ ଖେଳିଥିଲେ । ଜବାବରେ ଇଣ୍ଡିଆ ସି ୨୩୪ ରନ କରିଥିଲା । ଇଣ୍ଡିଆ ଏ ଦ୍ୱିତୀୟ ଇନିଂସରେ ୨୮୬ ରନ କରି ଇନିଂସ ଘୋଷଣା କରିଥିଲା । ଇଣ୍ଡିଆ ସି ୩୫୦ ରନର ଲକ୍ଷ୍ୟକୁ ପିଛା କରି ୨୧୭ ରନରେ ଅଲଆଉଟ ହୋଇ ଯାଇଥିଲା ।

Leave A Reply

Your email address will not be published.