Latest Odisha News

BREAKING NEWS

ହାଉସଫୁଲ୍ ୫; ସୁଟିଂ ସେଟର ଫଟୋ ଶେୟାର କଲେ ଚଙ୍କି

ମୁମ୍ବାଇ: ବଡ ପରଦାରେ ଧମାଲ କରିବ ହାଉସଫୁଲ୍ ୫। ଏହାର ସୁଟିଂ ମଧ୍ଯ ଆରମ୍ଭ ହୋଇଯାଇଛି। ଅଭିନେତା ଚଙ୍କି ପାଣ୍ଡେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ହାଉସଫୁଲ୍ ୫’ର ସୁଟିଂ ସେଟରୁ ଫଟୋ ଶେୟାର କରିଛନ୍ତି।

ଫ୍ରାନ୍ସରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି। ଫଟୋରେ ଡିନୋ ମୋରିଆ, ଚିତ୍ରଙ୍ଗଦା ସିଂ ଏବଂ ନର୍ଗିସ୍ ଫାଖରି ନଜର ଆସିଛନ୍ତି। ଏହି ତାରକାମାନେ ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ଚଙ୍କି ପାଣ୍ଡେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଫଟୋ ସେୟାର କରିଛନ୍ତି। ଏହା ସହିତ କ୍ୟାପସନରେ ଲେଖିଛନ୍ତି, “ନରମେଡିର ବେଳାଭୂମି, ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ଟାଇଟାନିକର ଶେଷ ଯାତ୍ରା। ଏହି ସ୍ଥାନର ଇତିହାସ ବହୁତ ପୁରୁଣା”।

ଫିଲ୍ମ ‘ହାଉସଫୁଲ୍ ୫’ ର ନିର୍ଦ୍ଦେଶନା ଦେଇଛନ୍ତି ତରୁଣ ମାନସୁଖାନି। ଏଥିରେ ଅକ୍ଷୟ କୁମାର, ରିତେଶ ଦେଶମୁଖ, ଅଭିଷେକ ବଚ୍ଚନଙ୍କ ଭଳି ପ୍ରସିଦ୍ଧ ଚେହେରା ମୁଖ୍ୟ ଭୂମିକାରେ ନଜର ଆସିବେ। ଏମାନଙ୍କ ବ୍ୟତୀତ ନର୍ଗିସ୍ ଫାଖରି, ସୋନମ୍ ବାଜୱା, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ସୌନ୍ଦର୍ଯ୍ୟା ଶର୍ମା ଏବଂ ଚିତ୍ରଙ୍ଗଦା ସିଂଙ୍କ ଭଳି ଅଭିନେତା ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶବିଶେଷ।

ତେବେ ହାଉସଫୁଲ୍ ଫିଲ୍ମ ପ୍ରଥମେ ୨୦୧୦ ମସିହାରେ ପରଦାକୁ ଆସିଥିଲା ​। ଅକ୍ଷୟ କୁମାର ଏବଂ ରିତେଶ ଦେଶମୁଖ ବର୍ତ୍ତମାନ ପର୍ଯ୍ୟନ୍ତ ହାଉସଫୁଲ୍ ର ସମସ୍ତ ପାର୍ଟର ଅଂଶ ରହିଛନ୍ତି।

 

Leave A Reply

Your email address will not be published.