Latest Odisha News

BREAKING NEWS

ଆସୁଛନ୍ତି ମା’, ଶକ୍ତିପୀଠରେ ଧୁମଧାମରେ ପାଳନ ହେଉଛି ଷୋଡଶ ଉପଚାର ବିଧି

ଯାଜପୁର: ବର୍ଷାକୁ ବିଦାୟ ଦେଇ ଆସିଛି ଶରତ । ଚାଲିଛି ପାର୍ବଣ ଋତୁ । ଧରା ପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଧିନି ମା ଦୁର୍ଗା । ମାଙ୍କ ଆଗମନକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଁ ସଜବାଜ ଆରମ୍ଭ ହୋଇ ଗଲାଣି । ତେବେ ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି।ଏହି ଷୋଡ଼ଶ ଉପାଚାର ପୂଜା ବିଜୟାଦଶମୀ କାର୍ଯ୍ୟକ୍ରମ ବଳବତ୍ତର ହେବ।

ପ୍ରତ୍ୟେକ ଦିନ ଜଗତଜନନୀ ମା ବିଭିନ୍ନ ବେଶରେ ସଜେଇ ହେବେ। ବିଭିନ୍ନ ଶକ୍ତି ପୀଠରେ ରାଜରାଜେଶ୍ୱରୀ, ଷୋଡଶୀ, ଭୁବନେଶ୍ୱରୀ, ବଗଳାମୂଖୀ, କମଳା, ସରସ୍ୱତୀ, ଦକ୍ଷିଣକାଳୀ, ଗାୟତ୍ରୀ, ଉଗ୍ରତାରା, ଅନ୍ନପୂର୍ଣ୍ଣା, ଚାମୁଣ୍ଡା, ବନଦୁର୍ଗା, ମହାସରସ୍ୱତୀ, ମହାକାଳୀ, ଜୟଦୁର୍ଗା, ମହିଷମର୍ଦ୍ଦିନୀ, ଗଜଳକ୍ଷ୍ମୀ, ଶ୍ୟାମାକାଳୀ ଆଦି ବେଶରେ ସଜାଇ ହେବେ ମା’ । ଏହି ସାଜସଜକୁ ଦେଖିବା ପାଇଁ ଭକ୍ତ ମାନଙ୍କର ମନ୍ଦିର ପରିସରରେ ଭିଡ ଲାଗିବା ଆରମ୍ଭ ହୋଇ ଗଲାଣି ।

ସେପଟେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ବ୍ରହ୍ମାକୁଣ୍ଡରୁ ଜଳ ଅଣାଯାଇ ନବରତ୍ନ ବେଦୀରେ ଘଟ ସ୍ଥାପନ କରାଯାଇ ପରେ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ ଜଳ ଅଣାଯାଇ ମାଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଛି । ଅଷ୍ଠମୀ ତିଥୀରେ ଅନ୍ୟ ଦେବୀ ପୀଠ ଗୁଡ଼ିକରେ ସପ୍ତମାତୃକା ପୂଜା ପାଇଁ ୭ଟି କଳସ ବସୁଥିବା ବେଳେ ବିରଜାଙ୍କ ପିଠରେ ଅଷ୍ଟଶକ୍ତିଙ୍କ ପାଇଁ ୮ଟି କଳସ, ଗୋଟିଏ ଗଣପତି କଳସ ଏବଂ ଦେବୀଙ୍କ ପାଇଁ ଗୋଟିଏ କଳସ ସହ ମୋଟ ଦଶ ଗୋଟି କଳସ ସ୍ଥାପନର ଅନନ୍ୟ ପରମ୍ପରା ରହିଛି। ମାଙ୍କ ପୀଠରେ ଶାରଦୀୟ ଦୂର୍ଗୋତ୍ସବରେ ରଥଯାତ୍ରା ପରମ୍ପରା ଅନ୍ୟ କୌଣସି ଶକ୍ତି ପୀଠରେ ଦେଖିବାକୁ ମିଳିନଥାଏ । ଏହି ଷୋଡଶ ଦିବସୀୟ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Leave A Reply

Your email address will not be published.