Latest Odisha News

BREAKING NEWS

ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହେଲେ ଶ୍ରୀଲଙ୍କାର ଏହି ବ୍ୟାଟ୍ସମ୍ୟାନ

ଗେଲ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ଶ୍ରୀଲଙ୍କାର ଯୁବ ବ୍ୟାଟ୍ସମ୍ୟାନ କାମିନ୍ଦୁ ମେଣ୍ଡିସ ପ୍ରଭାବୀ ପ୍ରଦର୍ଶନ ବଳରେ ଡନ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ସେ ଟେଷ୍ଟ କ୍ରିକେଟରେ ଦ୍ରୁତ ୧୦୦୦ ରନ ପୂର୍ଣ୍ଣ କରିବାରେ ଏହି ମହାନ ଖେଳାଳିଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୧୩ଟି ଟେଷ୍ଟ ଇନିଂସରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । କେବଳ ଏବର୍ଟନ ୱିକ ଓ ହର୍ବର୍ଟ ସୁଟକ୍ଲିଫ ୧୨ ଇନିଂସରେ ୧୦୦୦ ରନ ପୂରଣ କରି ପ୍ରଥମ ସ୍ଥାନରେ ରହିଛନ୍ତି । ଏସିଆର ବ୍ୟାଟ୍ସମ୍ୟାନଙ୍କ ମcଧ୍ୟରେ ସେ ବିନୋଦ କାମ୍ବଲୀଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । କାମ୍ବଲୀ ୧୪ ଇନିଂସରେ ୧୦୦୦ ରନ ପୂରଣ କରିଥିଲେ ।

ସେହିପରି ବିଶ୍ୱ କ୍ରିକେଟରେ ଦ୍ରୁତ ୫ ଟେଷ୍ଟ ଶତକ ହାସଲ କରିବାରେ ସେ ତୃତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ୱେଷ୍ଟଇଣ୍ଡିଜର ଏର୍ବଟନ ୱିକ ୧୦ ଇନିଂସରେ ୫ ଶତକ ମାରି ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡର ହର୍ବର୍ଟ ସୁଟକ୍ଲିଫ, ଅଷ୍ଟ୍ରେଲିଆର ରବର୍ଟ ହାର୍ଭେ ୧୨ ଇନିଂସରେ ଏହି ସଫଳତା ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଡନ ବ୍ରାଡମ୍ୟାନ ଓ ଜର୍ଜ ହେଡଲୀ ୧୩ଟି ଇନିଂସରେ ୫ ଶତକ ମାରିଥିଲେ । ଏବେ ଏହି ଦୁଇ ମହାନ ବ୍ୟାଟ୍ସମ୍ୟାନଙ୍କ ସହ କାମିନ୍ଦୁଙ୍କ ନାମ ଯୋଡି ହୋଇଯାଇଛି । ଏସୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସେ ପ୍ରଥମ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.