Latest Odisha News

BREAKING NEWS

ପର୍ଯ୍ୟଟନ ଦିବସ: ‘ପର୍ଯ୍ୟଟନ ମିତ୍ର  ଏବଂ ପର୍ଯ୍ୟଟନ ଦିଦି’ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ

ନୂଆଦିଲ୍ଲୀ: ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ‘ପର୍ଯ୍ୟଟନ ମିତ୍ର  ଏବଂ ପର୍ଯ୍ୟଟନ ଦିଦି’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସାମାଜିକ ଅନ୍ତର୍ଭୁକ୍ତିକରଣ, ନିଯୁକ୍ତି ଏବଂ ଅର୍ଥନୈତିକ ପ୍ରଗତିର ବାହକ ଭାବରେ ପର୍ଯ୍ୟଟନକୁ ସକ୍ଷମ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରରେ – ପର୍ଯ୍ୟଟନ ମନ୍ତ୍ରଣାଳୟ ଭାରତର ୬ଟି ପର୍ଯ୍ୟଟନ ସ୍ଥଳୀ ଯଥା- ଓରଛା (ମଧ୍ୟପ୍ରଦେଶ), ଗଣ୍ଡିକୋଟା (ଆନ୍ଧ୍ରପ୍ରଦେଶ), ବୋଧଗୟା (ବିହାର), ଆଇଜଲ (ମିଜୋରାମ), ଯୋଧପୁର (ରାଜସ୍ଥାନ) ଏବଂ ଶ୍ରୀ ବିଜୟପୁରମ୍ (ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ)ରେ ପର୍ଯ୍ୟଟନ ମିତ୍ର ଏବଂ ପର୍ଯ୍ୟଟନ ଦିଦିର ସଂଚାଳନ କରିଥିଲେ ।

ଏହି ପଦକ୍ଷେପ ମାଧ୍ୟମରେ, ପର୍ଯ୍ୟଟନ ମନ୍ତ୍ରଣାଳୟ ଗନ୍ତବ୍ୟସ୍ଥଳ ଗୁଡ଼ିକରେ ପର୍ଯ୍ୟଟକମାନଙ୍କ ପାଇଁ ସାମଗ୍ରିକ ଅନୁଭୂତିକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି, ଯେଉଁମାନେ ସେମାନଙ୍କ ଗନ୍ତବ୍ୟସ୍ଥଳ ପାଇଁ ଗର୍ବିତ ରାଷ୍ଟ୍ରଦୂତ ଏବଂ କାହାଣୀକାର ଥିବା ‘ପର୍ଯ୍ୟଟନ ଅନୁକୂଳ’ ଲୋକଙ୍କୁ ଭେଟି ପାରିବେ । ଗନ୍ତବ୍ୟସ୍ଥଳରେ ପର୍ଯ୍ୟଟକଙ୍କ ସହ ଯୋଗାଯୋଗ କରୁଥିବା ଓ ଜଡିତ ହେଉଥିବା ସମସ୍ତ ବ୍ୟକ୍ତିଙ୍କୁ ପର୍ଯ୍ୟଟନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଓ ସଚେତନତା ପ୍ରଦାନ କରି ଏହା କରାଯାଉଛି ।

ପର୍ଯ୍ୟଟନ ମିତ୍ର ଓ ପର୍ଯ୍ୟଟନ ଦିଦିଙ୍କ ଜରିଆରେ ମହିଳା ଓ ଯୁବକମାନଙ୍କୁ ଐତିହ୍ୟ ପଦଯାତ୍ରା, ଫୁଡ୍ ଟୁର,  କ୍ରାଫ୍ଟ ଟୁର,  ନେଚର୍ ଟ୍ରେକ୍‌, ହୋମଷ୍ଟେ ଅନୁଭୂତି ଏବଂ ଅନ୍ୟାନ୍ୟ ଅଭିନବ ପର୍ଯ୍ୟଟନ ଉତ୍ପାଦ ଭଳି ନୂତନ ପର୍ଯ୍ୟଟନ ଉତ୍ପାଦ ଓ ଅନୁଭୂତି ବିକଶିତ କରିବା ନିମନ୍ତେ ସକ୍ଷମ କରିବା ପାଇଁ ପ୍ରଶିକ୍ଷଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ପର୍ଯ୍ୟଟନ- ନିର୍ଦ୍ଦିଷ୍ଟ ପ୍ରଶିକ୍ଷଣ ପରେ ଡିଜିଟାଲ ସାକ୍ଷରତା ଏବଂ ଡିଜିଟାଲ ଉପକରଣରେ ସାଧାରଣ ପ୍ରଶିକ୍ଷଣ ଦିଆଯାଉଛି ଯାହା ଦ୍ୱାରା ସେମାନେ ସୃଷ୍ଟି କରିଥିବା ଅନୁଭୂତି ଜାତୀୟ ଏବଂ ବିଶ୍ୱସ୍ତରରେ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ଏବଂ ଦୃଶ୍ୟମାନ ହେବ । ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ଏହି କାର୍ଯ୍ୟକ୍ରମର ପାଇଲଟ୍ କାର୍ଯ୍ୟ ଆରମ୍ଭ ହେବା ପରଠାରୁ ୬ଟି ପାଇଲଟ୍ ଗନ୍ତବ୍ୟସ୍ଥଳରେ ପ୍ରାୟ ୩,୦୦୦ ଲୋକଙ୍କୁ ପର୍ଯ୍ୟଟକଙ୍କ ପାଇଁ ଏକ ସକାରାତ୍ମକ ଅନୁଭୂତି ସୃଷ୍ଟି କରିବାର ଗୁରୁତ୍ୱ ଉପରେ ପ୍ରଶିକ୍ଷଣ ଦିଆଯାଇଛି, ଯାହା ଦ୍ୱାରା ଜଣେ ପର୍ଯ୍ୟଟନ ମିତ୍ର ହୋଇପାରିବ ।

 

Leave A Reply

Your email address will not be published.