Latest Odisha News

ମନେ ପଡନ୍ତି ଶହୀଦ ଭଗତ ସିଂ, ଜନ୍ମ ବାର୍ଷିକୀରେ ଦେଶ ମନେ ପକାଉଛି ଭଗତ ସିଂଙ୍କ ବିରତ୍ୱର ଗାଥା

ଭୁବନେଶ୍ଵର: ମନେ ପଡନ୍ତି ଶହୀଦ ଭଗତ ସିଂ । ଯେତେବେଳେ ଭାରତର କ୍ରାନ୍ତିକାରୀ ନେତାଙ୍କ ନାମ ଆସେ ସେଥିରେ ପ୍ରଥମେ ଭଗତ ସିଂ ନାମ ରହିଥାଏ। ଗାନ୍ଧିଜୀ ଅହିଂସା ଉପାୟରେ ଦେଶ ସ୍ଵାଧିନତା କରିବାକୁ ଚାହୁଁଥିଲା ବେଳେ ଭଗତ ସିଂ ଏହାର ବିପରୀତ ଥିଲେ। ପିଲାବେଳୁ ଚାରିଆଡ଼େ ସ୍ଵାଧିନତାର ସ୍ଵର ଶୁଣି ଶୁଣି ସେ ଅଭ୍ୟସ୍ତ ହୋଇ ପଡ଼ିଥିଲେ। ସେଥିପାଇଁ ସେ ଦେଶକୁ ସ୍ଵାଧିନତା ଦେବାପାଇଁ ଲାଗି ପଡ଼ିଥିଲେ।

ଚନ୍ଦ୍ର ଶେଖର ଆଜାଦଙ୍କ କ୍ରାନ୍ତିକାରୀ ଦଳରେ ସାମିଲ ହୋଇ ସେ ଦେଶର ସ୍ଵାଧିନତା ପାଇଁ ଲଢ଼ିଥିଲେ। ଖୁବ କମ ବୟସରେ ଏଭଳି ସାହାସ ଦେଖି ଇଂରେଜମାନେ ହଇରାଣ ହୋଇଯାଇଥିଲେ। ପ୍ରଥମେ ସ୍ୟାଣ୍ଡର୍ସଙ୍କୁ ହତ୍ୟା ଓ ପରେ ଦିଲ୍ଲୀ କେନ୍ଦ୍ରିୟ ସଂସଦରେ ବୋମା ବିସ୍ଫୋରଣ କରି ଇଂରେଜଙ୍କୁ କଡ଼ା ଜବାବ ଦେଇଥିଲେ। ଏହି ଘଟଣା ପାଇଁ ତାଙ୍କୁ ଇଂରେଜ ସରକାର ଗିରଫ କରିଥିଲେ। ତାଙ୍କ ସହ ତାଙ୍କର ଦୁଇ ସାଥି ଜୟିରାଜଗୁରୁ ଓ ଶୁକଦେବଙ୍କୁ ଫାଶୀ ଦିଆଯାଇଥିଲା।

ଏପ୍ରିଲ ୧୩ରେ ଜାଲିଆନାଓ୍ଵାଲା ବାଘ ହତ୍ୟାକାଣ୍ଡରୁ ତାଙ୍କ ତାଙ୍କ ମନରେ ପ୍ରତିଶୋଧର ଏକ ଘର ବସା ବାନ୍ଧିଥିଲା। ଜେନେରାଲ ଡାୟର ଜାଲିଆନାଓ୍ଵାଲା ବାଗରେ ସାଧାରଣ ଜନତାଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ। ଏଥିରେ ପ୍ରାୟ ୩୭୯ରୁ ୧୬୦୦ ଲୋକ ସହିଦ ହୋଇଥିଲେ। ଏହାକୁ ଦେଖିବା ପାଇଁ ଭଗତ ସିଂ ୪୦ କିଲୋମିଟର ଚାଲିକି ପଳାଇଥିଲେ। ସେହି ମାଟିରେ ସହିଦ ହୋଇଥିବା ଲୋକଙ୍କ ରକ୍ତ ମିଶା ମାଟି ଆଣି ପାଖରେ ରଖିଥିଲେ। ସେବେଠୁ ଦେଶ ସ୍ଵାଧିନତାର ପାଗଳମୀ ଓ ଜାଲିଆନାଓ୍ଵାଲା ବାଗ ହତ୍ୟାକାଣ୍ଡର ପ୍ରତିଶୋଧ ତାଙ୍କ ମନରେ ଘର କରିନେଇଥିଲେ। ସେହି ଦିନରୁ ଭଗତ ସିଂ ଆରମ୍ଭ କରିଥିଲେ ଇଂରେଜ ମାନଙ୍କଠୁ ପ୍ରତିଶୋଧ ନେବାର ବାଟ।

୧୯୦୭ ମସିହା ଆଜିର ଦିନରେ ଶହୀଦ ଭଗତ ସିଂ ଅବିଭକ୍ତ ପଞ୍ଜାବ ଲୟାଲପୁର ଜିଲ୍ଲାର ବାଙ୍ଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଯାହାକି ବର୍ତ୍ତମାନ ପାକିସ୍ତାନ ଅଧିନରେ ରହିଛି। ସ୍ୱାଧୀନତା ସଂଗ୍ରାମ ସମୟରେ ସେ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ କରିଥିଲେ ଓ ୨୩ ବର୍ଷ ବୟସରେ ରାଜଗୁରୁ ଓ ସୁଖଦେବଙ୍କ ସହ ତାଙ୍କୁ ଲାହୋର ଜେଲରେ ଫାଶୀ ଦିଆଯାଇଥିଲା। ଯେତେବେଳେ ଇଂରେଜ ସରକାର ତାଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ ତାହା ଶୁଣି ସେ ସ୍ମିତ ହାସ୍ୟ ଦେଇ ଫାଶୀ ଦେଲା ବେଳେ ତାଙ୍କ ହାତ ଓ ମୁଁହ ଖୋଲା ରଖିବାକୁ ଇଂରେଜ ମାନଙ୍କୁ କହିଥିଲେ। ୨୪ ମାର୍ଚ୍ଚ ୧୯୩୧ ତାରିଖ ସକାଳେ ତାଙ୍କୁ ଫାଶୀ ଦିଆଯାଇଥିଲା। ଫାଶି ସମୟରେ ସେ ଫାଶି ଧଉଡ଼ିକୁ ଚୁମ୍ଵନ ଦେଇ ଇନ କିଲାବ ଜିନ୍ଦାବାଦ ନାରା ଦେଇ ହସିହସି ଦେଶ ପାଇଁ ଜୀବଦାନ ଦେଇଥିଲେ।

Leave A Reply

Your email address will not be published.