Latest Odisha News

ସରପଞ୍ଚଙ୍କ ଗୁଳିରେ ଯୁବକ ଗୁରୁତର, ଥାନାରେ ଏତଲା

ସୁବର୍ଣ୍ଣପୁର: ସରପଞ୍ଚଙ୍କ ଗୁଳିରେ ଯୁବକ ଗୁରୁତର । ମନମୁଣ୍ଡା ଥାନା କସୁରବନ୍ଧ ସରପଞ୍ଚଙ୍କ ବିରୋଧରେ ଫାୟାରିଂ ଅଭିଯୋଗ । ସରପଞ୍ଚଙ୍କ ଗୁଳିମାଡରେ କସୁରବନ୍ଧର ଜଣେ ଯୁବକ ଆହତ । ଆହତ ଯୁବକ ଜଣଙ୍କ ହେଉଛନ୍ତି ଉକ୍ତ ଅଞ୍ଚଳର ରାଜେନ୍ଦ୍ର କର୍ଣ୍ଣ। ରାଜେନ୍ଦ୍ରଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି । ତୁରନ୍ତ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ନେଇ ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କାରଣ ପାଇଁ ସରପଞ୍ଚ ସରୋଜ କର୍ଣ୍ଣ ଓ ରାଜେନ୍ଦ୍ର କର୍ଣ୍ଣଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସାରେ ଉତ୍ୟକ୍ତ ହୋଇ ରାଜେନ୍ଦ୍ରଙ୍କ ଉପରକୁ ୩ରାଉଣ୍ଡ ଗୁଳି ଚଳାଇଥିଲେ ସରପଞ୍ଚ । ରାଜେନ୍ଦ୍ରଙ୍କ ଦୁଇ ଗୋଡ଼ରେ ଗୁଳି ବାଜିଥିବା ବେଳେ ତୁରନ୍ତ ତାଙ୍କୁ ନିକଟସ୍ଥ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ସୋନପୁର ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ସେପଟେ ସରପଞ୍ଚଙ୍କ ନାଁରେ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ରାଜେନ୍ଦ୍ରଙ୍କ ପରିବାର ଲୋକେ। ମନମୁଣ୍ଡା ପୁଲିସ ଘଟଣାର ତଦନ୍ତ କରଛି। ତେବେ ଏନେଇ ସରପଞ୍ଚଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି ।

Leave A Reply

Your email address will not be published.